କବି ଶ୍ୟାମ ସେନାପତିଙ୍କ ଭିଏତନାମ ଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରର କବି, ସଂଗଠକ ଓ ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ୧୦ ଦିନିଆ ଭିଏତନାମ ଗସ୍ତ କରି ଫେରିଛନ୍ତି । ଭିଏତନାମ କଳା, ସଂସ୍କୃତି ବିଭାଗ ଏବଂ ଭିଏତନାମ ଓଡ଼ିଆ ସମାଜ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜଧାନୀ ହାନୋଇ ସହିତ ସାପା, ଦାନାଙ୍ଗ, ହୋଆଲୁ ଏବଂ ହୋଚିମିନ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଛନ୍ତି । ଭାରତ ସହିତ ଭିଏତନାମର ସମ୍ପର୍କ ଏବଂ ଭିଏତନାମର ଇତିହାସକୁ ନେଇ ଏକ ଡକ୍ୟୁମେଣ୍ଟାରି ଓ ପୁସ୍ତକ ପ୍ରକାଶ ପାଇବ ବୋଲି ଶ୍ରୀ ସେନାପତି କହିଛନ୍ତି। ପୂର୍ବରୁ ନେପାଳ, ଭୁଟାନ, ସିଙ୍ଗାପୁର, ବ୍ୟାଙ୍କକକ୍, ମାଲେସିଆ ଗସ୍ତ କରି ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ପ୍ରସାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବ୍ୟାଚ ସଂଗ୍ରହରେ ବିଶ୍ବ ରେକର୍ଡ ବିଜେତା ହୋଇଛନ୍ତି। ଶ୍ରୀ ସେନାପତିଙ୍କ ଏହି ଯାତ୍ରା ଭିଏତନାମ ଓ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ସହଯୋଗ କରିବ ବୋଲି ଆଶା କରାଯାଉଛି ।
