ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ନୂଆ SOP

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାର୍ଟ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ SOP ଜାରି କରିଛି।ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀଙ୍କ ନିର୍ଦ୍ଦେଶରେ ଏହି SOP ଜାରି କରାଯାଇଛି ।
ପଞ୍ଜୀକରଣ ଅଧିକାରୀମାନେ ମାନଚିତ୍ର, ସୀମା ଓ ଘୋଷଣା ଯାଞ୍ଚ କରି ନିୟମ ପାଳନ କରିବେ। ଏହି SOP ତୁରନ୍ତ ଲାଗୁ ହୋଇଛି।
sop ଅନୁସାରେ ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ।
ଜଳାଶୟ ପ୍ଲଟ ପୂରା ହସ୍ତାନ୍ତର ହେବ ଓ ୫୦୦ ବର୍ଗମିଟରରୁ ଅଧିକ ବିଭାଜନ ହେବ ନାହିଁ। ଜଳାଶୟ କିସମ ପ୍ଲଟ ବ୍ୟତୀତ ପାର୍ଟ ପ୍ଲଟ ପଞ୍ଜୀକରଣରେ କୌଣସି ସର୍ତ୍ତ ନାହିଁ।
ସେହିପରି ଓଡ଼ିଶା ବିକାଶ ପ୍ରାଧିକରଣ ଓ ସହର ଯୋଜନା ଆଇନ ଅନୁଯାୟୀ ବିଭାଜନ, କିନ୍ତୁ ପରିବାର ବିଭାଜନ, ୫୦୦ ବର୍ଗମିଟରରୁ କମ ଓ ସହ-ମାଲିକଙ୍କ ବିଭାଜନରେ ଛାଡ଼ ରହିଛି।
୨୦୨୫ ଓଡ଼ିଶା ବିକାଶ ନିୟମ ପୂର୍ବରୁ ୫୦୦ ବର୍ଗମିଟରରୁ କମ ପ୍ଲଟ ବିଭାଜନ ଅନୁମୋଦିତ ହୋଇଛି ।
