ଭିନ୍ନ ଧରଣରେ ପାଳିତ ହେଲା ନୂତନ ବର୍ଷ

ପୁରୀ : ନୂଆ ବର୍ଷକୁ କିଏ କେତେ ପ୍ରକାର ପାଳନ କରୁ ଥିବା ବେଳେ, ପୁରୀ ବଳିଆ ପଣ୍ଡା ବସ୍ତି ଅଞ୍ଚଳର ପିଲା ମାନେ ଏହାକୁ ଭିନ୍ନ ଧରଣ ରେ ପାଳନ କରିଛନ୍ତି। ପୁରୀ ବଳିଆ ପଣ୍ଡା ସ୍ଥିତ ଭାରତ ଯୋଗ କେନ୍ଦ୍ର ଠାରେ ଥିବା ଏକଲବ୍ୟ ପାଠଶାଳା ଛାତ୍ରୀଛାତ୍ରୀ ମାନେ ବସ୍ତି ଅଞ୍ଚଳରେ ବୁଲିବୁଲି ଶିକ୍ଷାର ବିକାଶ ପାଇଁ ବାର୍ତ୍ତା ବାଣ୍ଟି ଥିଲେ। ଦ ବେଲ୍ ଦ୍ଵାରା ଆୟୋଜିତ ଏହି ସଂକଳ୍ପ ଯାତ୍ରାକୁ ଯୋଗ ଗୁରୁ ରମାବଲ୍ଲଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରି ଥିଲେ। ପୁରୀ ସହରର ବିକାଶିକରଣ ସହିତ ବସ୍ତି ଅଞ୍ଚଳ ବଢୁଛି କିନ୍ତୁ ଏହି ସବୁ ଅଞ୍ଚଳରେ ଶିଶୁମାନଙ୍କର ବିକାଶ ପାଇଁ ସେପରି କୌଣସି ବିଶେଷ ବ୍ୟବସ୍ଥା ନାହିଁ । ଏହି ବସ୍ତି ଅଞ୍ଚଳର ଗୁଡ଼ିକର ବାସିନ୍ଦାମାନେ ମଧ୍ୟ ପିଲାମାନଙ୍କ ଶିକ୍ଷା ଓ ବିକାଶ ପାଇଁ ସଚେତନ ନୁହନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶିକ୍ଷାକୁ ନେଇ ସଚେତନତା ସୃଷ୍ଟିପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ଏହି ଅବସର ଦ ବେଲ୍ ଅନୁଷ୍ଠାନ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସୂଚନା ଦେଇଥିଲେ। ପାଠ ଶାଳା ପିଲାମାନେ ବସ୍ତିର ବିଭିନ୍ନ ୱାର୍ଡ ବୁଲି ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟି ଥିଲେ। ଏହି କାର୍ଯ୍ୟକ୍ରମକୁ ଉମେଶ ଦାସ, ରାଜ ଲକ୍ଷ୍ମୀ ଦାସ, ବନିତା ଦୀକ୍ଷିତ, ରିଙ୍କି ବାରିକ, ଶାନ୍ତି ପ୍ରଧାନ, ମଳୟ ଗଜେନ୍ଦ୍ର, ସିଲୀ ସେଠି,ସୁକାନ୍ତ ପଣ୍ଡା ସହିତ ଦ ବେଲ୍ ଅନୁଷ୍ଠାନ ୟୁଥ୍ ଓ ଓମେନ୍ସ୍ କ୍ଲବ୍ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରି ଥିଲେ।

Share the News .....

Leave a Reply

Your email address will not be published. Required fields are marked *