ସୁରଜମଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬ ଛାତ୍ରଙ୍କ ଜାତୀୟ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ

ପୁରୀ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତରଫରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଚୟନିତ ଛାତ୍ରମାନଙ୍କ ମଧ୍ୟରୁ ସୁରଜମଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀର ୬ଜଣ ଛାତ୍ର SGFI (School Games Federation of India) ଦ୍ୱାରା ପରିଚାଳିତ ୬୯ତମ ଜାତୀୟ କୁସ୍ତି (Under-19) ପ୍ରତିଯୋଗିତାରେ ଭାଗ ନେବା ପାଇଁ ହରିୟାଣାର ପାନିପତ୍ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଶରତ କୁମାର ସାହୁ, କ୍ରୀଡ଼ା ବିଭାଗର ଉପସଭାପତି ଡ଼. ଦୀପ୍ତି ପ୍ରସାଦ ମହାନ୍ତି, କ୍ରୀଡ଼ା ଶିକ୍ଷକ ଶ୍ରୀ ହରିହର କର, ବାରବାଟି ଜାଗର ସଭାପତି ଶ୍ରୀ ଗୋପାଳ ଚନ୍ଦ୍ର ମହାସୁଆର, ସମ୍ପାଦକ ଶ୍ରୀ ମଦନ ମୋହନ ଖୁଣ୍ଟିଆ, ପୂର୍ବତନ କୁଷ୍ଟିବିତ ମଦନ ମୋହନ ମହାସୁଆର,ଏନ୍‌ଆଇଏସ୍‌ କୋଚ୍ ଶ୍ରୀ କୃଷ୍ଣ ଚନ୍ଦ୍ର ଦାଶ, ଶ୍ରୀ ରାମକୃଷ୍ଣ ପ୍ରତିହାରୀ ଓ ଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର ଉକ୍ତ ଛାତ୍ରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମସ୍ତଙ୍କ ଆଶୀର୍ବାଦ ଓ ଶୁଭକାମନା ସହ ଏହି ଛାତ୍ରମାନେ ରାଜ୍ୟର ଗୌରବ ବଢ଼ାଇ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *