ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ।

ପୁରୀ : ଆଜି ଅପରାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ, ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଦୁର୍ନୀତି ଏକ ସାମାଜିକ ବ୍ୟାଧି। ଏହା ବିକାଶ କୁ ନଷ୍ଟ କରିବା ସହ ସାମାଜିକ ପ୍ରଗତି କୁ କ୍ଷତି ପହଞ୍ଚାଇଥାଏ। ଦୁର୍ନୀତି ନିବାରଣ ବିଭାଗ କେବଳ ଏହାକୁ ରୋକି ପାରିବ ନାହିଁ।ଏହାର ପ୍ରତିହତ ପାଇଁ ସମବଦ୍ଧ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ।ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଦୁର୍ନୀତି ନିବାରଣ ପାଇଁ ସମସ୍ତେ ସଚେତନ ହେବା ସହ ସତର୍କ ରହିବା ଉଚିତ। ପିଲାର ଚରିତ୍ର ଗଠନ ନିଜ ଗୃହରୁ ହିଁ ଆରମ୍ଭ ହୋଇ ଥାଏ। ପିତାମାତା ଓ ଗୁରଜନଙ୍କ ପ୍ରଭାବ ଦ୍ଵାରା ସେ ପ୍ରଭାବିତ ହୋଇଥାଏ।ତେଣୁ ଛୋଟ ଛୋଟ ସକରାତ୍ମକ ପ୍ରୟାସ ତାକୁ ଭଲ ମଣିଷ ସହ ଦୁର୍ନୀତି ନିବାରଣ ପଥରେ ସହାୟକ କରାଇପାରିବ ବୋଲି ସେ କହିଥିଲେ।ବିଶିଷ୍ଟ ବକ୍ତା ଭାବେ ଦୁର୍ନୀତି ନିବାରଣ ବିଭାଗର ଆଇନ ପରାମର୍ଶଦାତା ସତ୍ୟବାଦୀ ଦାସ ଓ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଦୁର୍ନୀତି ବିକାଶ ର ମୁଖ୍ୟ ପ୍ରତବନ୍ଧକ ବୋଲି କହିବା ସହ ପ୍ରତ୍ୟେକ ନିଜ ବିବେକାନୁମୋଦିତ କାର୍ଯ୍ୟ, ଉନ୍ନତ ଚରିତ୍ର ଗଠନ,ଆତ୍ମ ସଂଯମତା ଓ ଶୃଙ୍ଖଳା ରଖିଲେ ଦୁର୍ନୀତି ନିବାରଣ ସହଜ ହୋଇ ପାରିବ ବୋଲି କହିଥିଲେ।କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ପ୍ରତିଟି ଦିନ ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ନିବାରଣ ପାଇଁ ଚେଷ୍ଟିତ ହେବା କୁ ସେମାନେ ଆହ୍ୱାନ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମ ରେ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ନୀତି ବିରୋଧୀ ଯେ କୌଣସି କାର୍ଯ୍ୟ ଦୁର୍ନୀତି ପଦବାଚ୍ୟ। ଦୁର୍ନୀତି ରୂପକ ସାମାଜିକ କଳଙ୍କ କୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ବୋଲି ଶ୍ରୀ ସେଠୀ ମତ ଦେବା ସହ ସମସ୍ତ ଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଡ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି , ସ୍ବେଛାସେବୀ,ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ପୁରୀ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ଉପ ଆରକ୍ଷୀ ଅଧିକ୍ଷକ ସୋମନାଥ ବାରିକ ଧନ୍ୟବାଦ ଅର୍ପଣ କରିବା ସହ ପୁରୀ ଜିଲ୍ଲା ରେ ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟକାରିତା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ଏବଂ ଜିଲ୍ଲା ସ୍କୁଲର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *