ଶିଶୁ ଦିବସ ପାଳନ: ପୁରୀରେ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମ ବିରୋଧରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ l

ପୁରୀ : ଶିଶୁ ଦିବସ ଉପଲକ୍ଷେ ଶୁକ୍ରବାର ଦିନ ଚାଇଲ୍ଡ ହେଲ୍ପଲାଇନ୍ ପୁରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପୁରୀର ମିଳିତ ସହଯୋଗରେ ଶିଶୁ ସୁରକ୍ଷା ଏବଂ ଶିଶୁ ଶ୍ରମ ବିରୋଧରେ ଦୁଇଟି ସ୍ଥାନରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଶିଶୁମାନଙ୍କୁ ସଚେତନ କରିବା ଏବଂ ୧୦୯୮ ଚାଇଲ୍ଡ ହେଲ୍ପଲାଇନ୍ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ କୁଇଜ୍ ପ୍ରତିଯୋଗିତା ସହ ‘ଶିଶୁ ଶ୍ରମ’ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ଶିଶୁମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ପେଣ୍ଠକଟା ଅଞ୍ଚଳର ତାରିଣୀ ବସ୍ତିରେ ଏବଂ ବାଳିଆପଣ୍ଡା ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଦୁଇଟି କାର୍ଯ୍ୟକ୍ରମରେ ମୋଟ ୧୬୦ ରୁ ଉର୍ଦ୍ଧ୍ବ ଶିଶୁ ଉତ୍ସାହର ସହ ଯୋଗଦାନ କରିଥିଲେ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କମିଟି, ପୁରୀର ଅଧ୍ୟକ୍ଷ ଶ୍ରୀ ଅଜିତ କୁମାର ମହାପାତ୍ର ଯୋଗ ଦେଇ ଶିଶୁ ସୁରକ୍ଷା ଏବଂ ‘୧୦୯୮’ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପୁରୀର ଅଣଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ସାହୁ ଏବଂ ସାମାଜିକ କର୍ମୀ ଶ୍ରୀ ବିଜୟ କୁମାର ପରିଡ଼ା, ହରେକୃଷ୍ଣ ସାହୁ, କମଳା ମହାରଣା, ଚାଇଲ୍ଡ ହେଲ୍ପଲାଇନ୍ କୋର୍ଡିନେଟର ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର ଏବଂ ଚାଇଲ୍ଡ ହେଲ୍ପଲାଇନ୍ କାଉନସିଲର୍ ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା, ସୁପରଭାଇଜର ଭବାନୀ ଶଙ୍କର ପଲେଇ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଶିଶୁ ସୁରକ୍ଷା ସମ୍ବନ୍ଧରେ ସଚେତନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *