ଶିବରାତ୍ରି ଉପଲକ୍ଷେ ମହାଦେବଙ୍କ ପେଣ୍ଟିଂ

ସମସ୍ତଙ୍କୁ ନମସ୍କାର। ମୁଁ ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ୍ ମହାପାତ୍ର। ଆଜି ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାଦ୍ଦିକ୍ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଏହି ଅବସରରେ ସାରା ଦେଶ ଏବଂ ସମସ୍ତ ଶୈବପୀଠ ଭକ୍ତିମୟ ପରିବେଶ ହୋଇଛି। ଏହି ଉପଲକ୍ଷେ ମହାଦେବଙ୍କ ପେଣ୍ଟିଂ ପ୍ରସ୍ତୁତ କରିଛି । ମହାଦେବଙ୍କ ପେଣ୍ଟିଂ କୁ ୫ ଫୁଟ୍ ର କ୍ଯାନଭାସରେ ୮ ମିନିଟ୍ ମଧ୍ଯ ରେ ଓଲଟା ଭାବେ ପ୍ରସ୍ତୁତ କରିଛି। ଏହିଭଳି ପେଣ୍ଟିଂ ମୁଁ ସମସ୍ତ ଅବସରରେ ପ୍ରସ୍ତୁତ କରେ ଏବଂ ମୋର ପେଣ୍ଟିଂ ଦ୍ବାରା କିଭଳି ଯୁବପିଢି ଏବଂ ଶିଶୁ ମାନଙ୍କ ପାଖକୁ ସୁଭେଚ୍ଛାର ବାର୍ତ୍ତା ପହଞ୍ଚିବ ଓ ଯୁବପିଢି ମାନେ କିଭଳି ମୋର ଏହି ପେଣ୍ଟିଂ କୁ ଦେଖି ମନୋରଞ୍ଜନ ହୋଇପାରିବେ ଏହା ମୋର ଛୋଟିଆ ପ୍ରୟାସ । ଓଁ ନମଃ ଶିବାୟ।
