ଓଡିଶା କୁରାଳ ମହାସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ : ରବିବାର ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଓଡିଶା କୁରାଳ ମହାସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ରାଜ୍ୟ ସଭାପତି ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଜୟରାମ ସାହୁ, ରାମଚନ୍ଦ୍ର ମୁଦୁଲି, ସୁବୋଧ ରଣା, ବ୍ରହ୍ମାନନ୍ଦ ରଣା, ପ୍ରଫୁଲ୍ଲ ବେହେରା, ଅକ୍ଷୟ ରଣା, ରବୀନ୍ଦ୍ର ବେହେରା, ରାମନାଥ କୁମ୍ଭାର, ପ୍ରଶାନ୍ତ ରଣା, ଲକ୍ଷ୍ମଣ ବେହେରା, ରବୀନ୍ଦ୍ର ବେହେରା, ପ୍ରଫୁଲ୍ଲ ବେହେରା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ମହାସଂଘର ବୟୋଜ୍ୟେଷ୍ଠ ସଦସ୍ୟ ତଥା ଶତାୟୁ ପାଲାଗାୟକ ଡ଼ ଜଗନ୍ନାଥ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରାରମ୍ଭରେ ମହେନ୍ଦ୍ର ବିଶୋଇ ବୈଠକର ଏଜେଣ୍ଡା ଉପସ୍ଥାପନ କରିଥିଲେ। ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ବିଚିତ୍ରା ନନ୍ଦ ବେହେରା। ସମ୍ପାଦକ ଜୟରାମ ସାହୁ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

    ଏହି ବୈଠରେ କୁମ୍ଭକାରମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଏବଂ ତାର ସମାଧାନ ଉପରେ ବିଷଦ ଆଲୋଚନା ହୋଇ ଥିଲା। ଓଡ଼ିଶାରେ ମାଟି କଳା ବୋର୍ଡ଼ ଗଠନ, କୁମ୍ଭକାର କାରିଗରଙ୍କୁ ସ୍ୱତନ୍ତ୍ର ଭାବେ ଭତ୍ତା ପ୍ରଦାନ, କୁରାଳ ଭବନ ପାଇଁ ଜମି ଯୋଗାଇ ଦେବା, ବ୍ୟବସାୟ ପାଇଁ ସହଜ ସରଳ କିସ୍ତି ରେ ବ୍ୟାଙ୍କ ଋଣ ପ୍ରଦାନ, ସମସ୍ତ କୁମ୍ଭକାର ମାନଙ୍କୁ ଇଲେକ୍ଟ୍ରି ଚକ ପ୍ରଦାନ କରିବା ଦିଗରେ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଛି।ବିଶେଷତଃ ପୁରୀରେ ବସବାସ କରୁଥିବା କୁମ୍ଭକାର ମାନଙ୍କ ସମସ୍ୟା ସମାଧାନ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି କରାଯିବା ସହ ଆଗାମୀ ରାଜ୍ୟ ସମ୍ମିଳନୀ ସହିତ ପ୍ରତି ଜିଲ୍ଲା ସଂଗଠନକୁ କ୍ରିୟାଶୀଳ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫୁଲ୍ଲ ବେହେରା। ଏହି ବୈଠକରେ କଳାହାଣ୍ଡି, ବୌଦ୍ଧ,ନୂଆପଡା,ବଲାଙ୍ଗୀର, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା,ଭଦ୍ରକ, ଅନୁଗୁଳ ନୟାଗଡ,ଢେଙ୍କାନାଳ,ଯାଜପୁର, ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ।

Share the News .....

Leave a Reply

Your email address will not be published. Required fields are marked *