ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ

କୋରାପୁଟ : କୋରାପୁଟ ଜିଲ୍ଲାର ପୁରୁଣା ରେଳ ଲାଇନରେ ଜରଟି ଓ ମାନବର ମଧ୍ୟଭାଗରେ ଏକ ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି।ସୂଚନା ଅନୁସାରେ, ଟ୍ରେନ୍‌ଟି ଆଇରନ୍‌ ଓର୍‌ ନେଇ କିରଣ୍ଡୁଲ ରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଏହି ଘଟଣା ପରେ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ କୋରାପୁଟ ଉଦ୍ଧାର ଦଳ ପହଞ୍ଚି ଲାଇନ ସ୍ୱାଭାବିକ କରିବା ପାଇଁ କାମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜନହାନି ସମ୍ବନ୍ଧୀୟ ସୂଚନା ମିଳିନାହିଁ।

Share the News .....

Leave a Reply

Your email address will not be published. Required fields are marked *