କୋଣାର୍କ ଉତ୍ସବ – ୨୦୨୫ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ପୂରୀ : ଆସନ୍ତା ଡ଼ିସେମ୍ବର ୧ରୁ ୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପର୍ଯ୍ୟଟନ ନଗରୀ କୋଣାର୍କରେ ଆୟୋଜିତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ – ୨୦୨୫ ନିମନ୍ତେ ଭୀଡ଼ଭାଡ଼, ପର୍ଯ୍ୟଟକ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଓ ଲ’ ଅର୍ଡର ସ୍ଥିତିକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷିତରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଦେଖିବା ସହିତ ଆଖ ପାଖ ଅଞ୍ଚଳକୁ ପରିଦର୍ଶନ କରି ଆବଶ୍ୟକ ସୁରକ୍ଷା, ପରିଚାଳନା ଓ ପରିଦର୍ଶନାତ୍ମକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାସହିତ କୋଣାର୍କ ହୋଟେଲ୍ ଆସୋସିଏସନ୍ ସ‌ହିତ ବୈଠକ କରି ପର୍ଯ୍ୟଟକଙ୍କ ସୁରକ୍ଷା, ଅତିଥିଙ୍କ ପାଇଁ ସୁସ୍ଥ ପରିବେଶ, ହୋଟେଲ୍ ଅକ୍ୟୁପାନ୍ସି ମେନେଜମେଣ୍ଟ, ଫାୟାର ସେଫ୍ଟି ଓ ଜରୁରୀକାଳୀନ ଯୋଗାଯୋଗ ନ -୧୧୨ ସମନ୍ୱୟ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଗସ୍ତ ସମୟରେ ଡିଏସପି ନିମାପଡ଼ା ଶ୍ରୀ ଜନାର୍ଦ୍ଦନ ପାଢୀ, ତହସିଲଦାର ଗୋପ, ଇଓ କୋଣାର୍କ, ଟୁରିଷ୍ଟ ଅଫିସର କୋଣାର୍କ, IIC କୋଣାର୍କ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, IIC ରାମଚଣ୍ଡୀ, IIC ଚନ୍ଦ୍ରଭାଗା ମେରିନ୍ଏବଂ ଅନ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଣାର୍କ ଉତ୍ସବ ପାଇଁ ପ୍ରସ୍ତାବିତ ସୁରକ୍ଷା ଓ ବ୍ୟବସ୍ଥାପନା କରାଯାଉଛି ଯେପରିକି ସୂର୍ଯ୍ୟ ମନ୍ଦିର ପରିସର, ଚନ୍ଦ୍ରଭାଗା ସମୁଦ୍ରତଟ, ଯାତାୟାତ ରାସ୍ତା ସହିତ ସମଗ୍ର କୋଣାର୍କ ଓ ରାମଚଣ୍ଡୀ ଅଞ୍ଚଳରେ ଅତିରିକ୍ତ ପୋଲିସ ବ୍ୟବସ୍ଥା କରାଯିବ। ବିଭିନ୍ନ ପ୍ରମୁଖ ସ୍ଥାନରେ QRT ଟୀମ୍ ନିୟୋଜନ। ଉତ୍ସବ ସମୟରେ ବିଶେଷ ଟ୍ରାଫିକ ପ୍ଲାନ୍ କାର୍ଯ୍ୟକାରୀ ହେବ। ଯାତ୍ରୀ ଗମନା ଗମନ ଦୃଷ୍ଟିରେ ରଖି ପାର୍କିଂ ଜୋନ୍ ବ୍ୟବସ୍ଥା। ଟ୍ରାଫିକ ଜାମ୍ ରୋକିବା ପାଇଁ ବାଇକ୍ ପାଟ୍ରୋଲ କରାଯିବ।ଏସ୍ପି ପୁରୀ ସମସ୍ତ ହୋଟେଲ ମାନଙ୍କୁ ଜଣାଇଛନ୍ତି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ରହଣି, CCTV, ଫାୟାର ଏବଂ ଇମର୍ଜେନ୍ସି ପ୍ଲାନ୍, ନିଜ ଥାନା ସହ ଯୋଗାଯୋଗ, ପର୍ଯ୍ୟଟକଙ୍କୁ ଉତ୍ତମ ଆଚରଣ ବ୍ୟବସ୍ଥା କରିବେ, ସୂର୍ଯ୍ୟ ମନ୍ଦିର ଓ ଉତ୍ସବ ପଣ୍ଡାଲ ଆସପାସରେ ବ୍ୟାପକ CCTV ମନିଟରିଂ କରାଯିବ। ଭିଡ଼ ନିଅନ୍ତ୍ରଣ ଓ ଅପରାଧ ପ୍ରତିରୋଧ ପାଇଁ ବ୍ୟବସ୍ଥା କରାଯିବ। ଉତ୍ସବ ଦିନଗୁଡିକରେ ବିଶେଷ ଫୋର୍ସ, ପୋଲିସ ଅଧିକାରୀ, ହୋମଗାର୍ଡ ଓ ଫୋର୍ସ ଟୀମ୍ ନିୟୋଜନ କରାଯିବ। ଅପରାଧ ପ୍ରତିରୋଧ ପାଇଁ ସାଧା ପୋଷାକରେ ନିୟୋଜିତ କରାଯିବ। କୋଣାର୍କ ଉତ୍ସବ ପାଇଁ ପୁରୀ ପୋଲିସ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସ୍ୱୀକାର କରି ପୂରା ତୟାରି ରଖିଛି ବୋଲି ପୂରୀ ଏସ.ପି ମତବ୍ୟକ୍ତ କରିଛନ୍ତି । ସମସ୍ତ ବିଭାଗରେ ସମନ୍ୱୟ ଓ ଯୋଗାଯୋଗ ନିରନ୍ତର ରହିବ। ଆପାତକାଳୀନ ସହାୟତା ପାଇଁ ପର୍ଯ୍ୟଟକଙ୍କୁ ଡାଇଲ-୧୧୨ ବ୍ୟବହାର କରିବାକୁ ସଚେତନ କରାଯିବ। ପୋଲିସ ପୁରୀଙ୍କ ଅନୁରୋଧ କୋଣାର୍କ ଉତ୍ସବ ସମୟରେ ସମସ୍ତ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଅନୁରୋଧ ଯେ, ପୋଲିସ ଆଦେଶ ଓ ଟ୍ରାଫିକ ନିୟମର ପାଳନ କରନ୍ତୁ। ସନ୍ଦେହଜନକ କୌଣସି ଘଟଣା, ବ୍ୟାଗ୍, ବ୍ୟକ୍ତି ଦେଖାଗଲେ ତତ୍କ୍ଷଣାତ୍ ପୋଲିସକୁ ସୂଚନା ଦିଅନ୍ତୁ।

Share the News .....

Leave a Reply

Your email address will not be published. Required fields are marked *