ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚଉଦ ଦିନ

ପୁରୀ : ଜୟ ଶ୍ରୀଜଗନ୍ନାଥ ! ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚଉଦ ଦିନରେ ମଙ୍ଗଳବାର ଅଧିକ ଭାବନାପୂର୍ଣ୍ଣ ଓ ଏକତାମୟ ଚିତ୍ର ପ୍ରଦର୍ଶନ କରିଥିଲା। ପୁରୀ ସହର ଓ ସଦରବାସୀଙ୍କ ଆସ୍ଥା ଓ ଅଧିକାରର ସ୍ୱରକୁ ନେଇ ଚାଲିଥିବା ସଚେତନତା ପଦଯାତ୍ରା ତେର ଦିନରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ପରିସର ନିକଟରେ ସମାପ୍ତ ହୋଇଥିଲା। ପଥେ ପଥେ “ଜୟ ଜଗନ୍ନାଥ” ଧ୍ୱନି ଓ ଭକ୍ତିଭାବରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ପୂର୍ବପରି ଦର୍ଶନ ବ୍ୟବସ୍ଥା ପାଇଁ ଦାବି ଜୋରଦାର ଭାବେ ଉଠିଥିଲା। ଏହି ପଦଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ମନରେ ଥିବା ଶ୍ରୀଜଗନ୍ନାଥ ପ୍ରତି ଅତ୍ୟୁଟ ଭକ୍ତି ଓ ସ୍ୱାଭାବିକ ଅଧିକାରର ଏକ ସଂଯୁକ୍ତ ପ୍ରତୀକ ଭାବେ ପରିଣତ ହୋଇଥିଲା। ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ଗିନିଜ୍ ବୁକ୍ ରେକର୍ଡ ଧାରି ଦୁର୍ଗା ଚନ୍ଦ୍ର ମିଶ୍ର,ବରିଷ୍ଠ ଅଧିବକ୍ତା ପୂର୍ବତନ ସରକାରି ଓକିଲ ବିଜୟ କୁମାର ମିଶ୍ର, ବିଶ୍ବନାଥ ମିଶ୍ର,କିଶୋର ଦାସ, ରାମକୃଷ୍ଣ ଦାସ,ପଙ୍କଜ ଚନ୍ଦ୍ର ନାୟକ,ରାଜା ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ପବିତ୍ର ମହାରଣା ଓ ସତ୍ୟ ନାରାୟଣ ସାହୁ ପ୍ରମୁଖ ଭାଗନେଇଥିଲେ। ସମସ୍ତଙ୍କ ଏକତାବଦ୍ଧ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଶକ୍ତିଶାଳୀ କରିଥିଲା। ପଦଯାତ୍ରାର ସଂଯୋଜନା ଆବାହକ ସ୍ଵାଧୀନ କୁମାର ପଣ୍ଡା କରିଥିଲେ। ସେ କହିଥିଲେ ଯେ, ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ଦର୍ଶନ ଅଧିକାର ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଅବିରତ ଚାଲିଥିବ। ଭକ୍ତି ଓ ଅଧିକାରର ଏହି ଯାତ୍ରା ପୁରୀ ସହର ସଦରବାସୀଙ୍କ ମନୋଭାବକୁ ଏକତ୍ର କରିବା ସହିତ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନକୁ ଆହୁରି ମଜବୁତ କରିଛି।
