ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଓ ମାରିଦେବାକୁ ଧମକ ଅଭିଯୋଗରେ କଲେଜ ୱାଚମ୍ୟାନ ଗିରଫ।

କଣାସ : କଣାସ କଲେଜରେ ଯୁକ୍ତ 2 କଳା ଶ୍ରେଣୀରେ ପଢ଼ୁଥିବା ଜନୈକ ନାବାଳିକା ଛାତ୍ରୀଙ୍କୁ (16 ବର୍ଷ) ସେଇ କଲେଜରେ ରାତ୍ର ଜଗୁଆଳି କଣାସ ଥାନା ଅନ୍ତର୍ଗତ କଣାସ ଗ୍ରାମର ବିଜୁ ଓରଫ ଧ୍ରୁବ ଚରଣ ମହାପାତ୍ର ନାମକ ଜଣେ ଯୁବକ ରାସ୍ତାରେ ଅଟକାଇ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏମିତିକି ପାଟି କଲେ ମାରିଦେବି ବୋଲି ଧମକ ଦେଇ ତା ସହିତ ବାହାରକୁ ବୁଲିଯିବାକୁ ଧମକ ବି ଦେଇଥିଲେ। ନାବାଳିକାଙ୍କୁ ଟଣା ଓଟରା କରିବା ବେଳେ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ଏକଥା ଜଣାଇବାରେ ପୀଡିତାର ମାଆ ଏକଥା କଣାସ ଥାନାରେ ଜଣାଇବା ପରେ କଣାସ ଥାନା IIC କେଶ ର ତଦନ୍ତ ଦାୟିତ୍ୱ SI ଦେବୀ ପ୍ରସାଦ ଲେଙ୍କାଙ୍କୁ ଦେଇଛନ୍ତି ଓ ନିଜ ପୋଲିସ ଟିମ ସହ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଆଜି ସକାଳୁ ଆସାମୀ ବିଜୁ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏ ସଂକ୍ରାନ୍ତରେ କଣାସ ଥାନା କେଶ ନମ୍ବର 295 Dt 13.12.2025 ଦଫା 126(2)/75/79/351(2) BNS /Sec 12 ପୋକ୍ସୋ ଆକ୍ଟରେ କେଶ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
