ଦେବ ଦୀପାବଳିକୁ ବୁଲି ଦେଖିଲେ ବିଦେଶୀ ନାଗରିକ

ପୁରୀ: ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ୩ ଦିନ ଧରି ଶ୍ରୀକ୍ଷେତ୍ରରେ ଧୁମ୍ ଧାମରେ ପାଳନ ହେଉଛି । ଦୀପମାଳାରେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇ ଥିଲା । ଏହି ଅବସରରେ ପରମ୍ପରା ଅନୁଯାୟୀ ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପଯ୍ୟନ୍ତ ବଡ଼ଦାଣ୍ଡ ଦୀପ ଆଲୋକରେ ଝଲସି ଉଠିଥିଲା। ଏହି ଅବସରରେ ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟରର ତରଫରୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ନେଇ ସିଂହଦ୍ବାର ସମ୍ମୁଖ ଓ ବଡ଼ଦାଣ୍ଡରେ ସୁସ ଜ୍ଜିତ ଦୀପର ଆଲୋକମାଳାକୁ ବୁଲି ଦେଖି ଥିଲେ। ଦେବ ଦୀପାବଳି ଉତ୍ସବ ସଂପର୍କରେ ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ ଜାପାନ ଭାଷାରେ ବିସ୍ତୃତ ଭାବେ ଅବଗତ କରିବା ପରେ ସେମାନଙ୍କ ମନରେ ଭକ୍ତି ଭାବ ଆସିଥିଲା। ସେମାନେ ଏକ ସମୟରେ ଲକ୍ଷାଧିକ ଦୀପ ଜଳୁଥିବା ଦେଖି ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ରହିଥିବାରୁ ପୂର୍ବରୁ ସିଂହଦ୍ଵାର ସମ୍ମୁଖରେ ଥିବା ରଘୁନନ୍ଦନ ଲାଇ ବ୍ରେରୀ କୋଠା ଉପରେ ଚଢି ଶ୍ରୀମନ୍ଦିର ଦୃଶ୍ୟକୁ ଉପଭୋଗ କରୁଥିଲେ। କିନ୍ତୁ ବର୍ତ୍ତମାନ ତା ନାହିଁ। ଯଦି ବିଦେଶୀ ନାଗରିକ ଲାଗି ଶ୍ରୀମନ୍ଦିର ନିକଟର ଏକ ୱାଚ ଟାୱ୍ୟାରର ବ୍ୟବସ୍ଥା ହୋଇପାରିଲେ ସେମାନେ ଖୁସି ହୁଅନ୍ତେ ବୋଲି ଶ୍ରୀ ଦାଶ ମତଵ୍ୟକ୍ତ କରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *