ବ୍ରାହ୍ମଣ ସମାଜ ତରଫରୁ ଅଶିତମ ସ୍ୱାଧୀନତା ଦିବସ ପାଳିତ

ପୁରୀ : ଜଗନ୍ନାଥ ଧାମ ପୁରୀର ବ୍ରାହ୍ମଣ ସମାଜ ତରଫରୁ ଅଶିତମ ସ୍ୱାଧୀନତା ଦିବସ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି । ଏଥିରେ ସଭାପତି ଭାବେ ଶ୍ରୀଯୁକ୍ତ ସନ୍ତୋଷ ଦାଶ ସମ୍ପାଦକ ଶ୍ରୀଯୁକ୍ତ ରତିକାନ୍ତ ଦାଶ ଶର୍ମା ମୁଖ୍ୟ ଅତିଥି ଭାବେ ଅଧ୍ୟ୍ୟପାକ ଶ୍ରୀଯୁକ୍ତ ଦୟାନିଧି ପଣ୍ଡା ସାନମାନିତ ଅତିଥି ବିଷ୍ଣୁ ଦତ୍ତ ଦାସ ଯୋଗ ଦେଇଥିଲେ । ଏହା ବ୍ୟତୀତ ପ୍ରଦୀପ ପଣ୍ଡା, ବୈଦନାଥ ପଣ୍ଡା, ତପନ ରଥ, ଦୈତାରୀ ପ୍ରସାଦ ଦାଶ, ଶୁଭାଶିଷ ମହାପାତ୍ର. ବଳରାମ ଦାଶ ମାଧବ ପଣ୍ଡାଙ୍କ ସହିତ ଅନେକ ବ୍ରହ୍ମଣମାନେ ଯୋଗ ଦେଇଥିଲେ । ସଭାରେ ବ୍ରହ୍ମଣ ମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କ ରେ ଆଲୋଚନା ହୋଇଥିଲା । ଉତ୍ତର ଦ୍ୱାର ପଟେ ଶ୍ରାଦ୍ଧ ପାଇଁ ବସୁଥିବା ବ୍ରହ୍ମଣମାନଙ୍କ ପାଖରେ ଗାଡି ରଖୁଥିବାରୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ଵ୍ୟବସ୍ଥା ବ୍ରାହ୍ମଣଙ୍କ ପାଇଁ ହେଉ ନଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । ସର୍ବ ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।
