କ୍ରୀଡା ଛାତ୍ରାବାସରେ ଜାତୀୟ ଯୁବ ଦିବସ ପାଳିତ

ପୁରୀ : ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖ କୁ ଦେଶ ପାଳନ କରିଥାଏ ଜାତୀୟ ଯୁବ ଦିବସ। ଯୁବ ଶକ୍ତିର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ ଓ ତାଙ୍କ ଆଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରି ସୋମବାର ପୂର୍ବାହ୍ନରେ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମସ୍ଥିତ କ୍ରୀଡା ଛାତ୍ରାବାସରେ ପାଳିତ ହୋଇଥିଲା ଜାତୀୟ ଯୁବ ଦିବସ। ଏଥିରେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସ୍ୱାମୀ ବିବେକାନନ୍ଦ ଜଣେ ଦୃଢ଼ମନା, ଶୃଙ୍ଖଳିତ ଜୀବନ ଚର୍ଯ୍ୟା,ଆଦର୍ଶ ଓ ଚରିତ୍ରବାନ ବ୍ୟକ୍ତି ଭାବେ ବିଶ୍ୱରେ ପରିଚିତ।ଯୁବବର୍ଗ ବିବେକାନନ୍ଦଙ୍କ ଜୀବନରୁ ଶିକ୍ଷାଲାଭକରି ନିଷ୍ଠାପର ଭାବେ ନିଜ ଲକ୍ଷ୍ୟରେ ଆଗେଇ ସଫଳ ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏଥିରେ ଖୋଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଛାତ୍ରାବାସର କର୍ମଚାରୀ, ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।
