ରୁକୁଣା ରଥ ରାମେଶ୍ୱର ମନ୍ଦିର ପହଞ୍ଚିଲା

ଭୁବନେଶ୍ୱର : ଗୁରୁବାର ଭୁବନେଶ୍ୱରର ପଣ୍ଡା ସାହି ଠାରେ, ଅଟକି ଥିବା ରୁକୁଣା ରଥ ଶୁକ୍ରବାର ଦିନ ପୁନର୍ବାର ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ, ପବିତ୍ର ଅଶୋକାଷ୍ଟମୀ ଅବସରରେ, ସେବାୟତ, ପୋଲିସ ଏବଂ ଶ୍ରଦ୍ଧାଳୁଙ୍କ ସହଯୋଗରେ ଶୁକ୍ରବାର ଅପରାହ୍ନରେ, ପୁଣି ରଥଟଣା ଆରମ୍ଭ ହୋଇଥିଲା । ଘଣ୍ଟ,ଘଣ୍ଟା, କାହାଳୀର ଧ୍ୱନି ମଧ୍ୟରେ, ରଥାରୁଢ଼ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଏବଂ ମହାପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କୁ ଶ୍ରୀ ରାମେଶ୍ୱର ମନ୍ଦିର ଅଭିମୁଖେ ନେଇଯାଇଥିଲେ । ଏହା ସହିତ ଶୁକ୍ସବାର ସନ୍ଧ୍ୟାରେ ମାଉସୀମା ମନ୍ଦିରସ୍ଥିତ, ଶ୍ରୀ ରାମେଶ୍ୱର ମନ୍ଦିରକୁ ମହାପ୍ରଭୁ ବିଜେ କରିବେ । ଆସନ୍ତା ସୋମବାର ଦିନ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ ।

Share the News .....

Leave a Reply

Your email address will not be published. Required fields are marked *