ସାଧାରଣ ଜନତାଙ୍କୁ ଧୋକା

ବ୍ରହ୍ମଗିରି : ଡ଼ିଜେଲ ଓ ପେଟ୍ରୋଲ ଏବଂ ଗ୍ୟାସ୍ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ସୋମବର ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କଲେଜ ଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସହିତ ରାଜରାସ୍ତା ଅବରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଜୟନ୍ତ କୁମାର ମାହାନ୍ତି, ପୁରୀ ଜିଲ୍ଲା ମହିଳା ନେତ୍ରୀ ମାନସି ହରିଚନ୍ଦନ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ଚାପମାଣିକ ପଞ୍ଚାୟତ ସରପଞ୍ଚ ଅମୁଲ୍ୟ କୁମାର ଜେନା, ବ୍ରହ୍ମଣିଆ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ସେଠୀ, ଘଟକୁଦୀ ପଞ୍ଚାୟତ ସମିତି ସଭ୍ୟ ରାକେଶ ଭଟ୍ଟ, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନନ୍ଦ ବିଶ୍ୱାଳ, କୁସୁବେଣ୍ଟି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ ଏବଂ ବହୁ ଛାତ୍ର ଓ ଯୁବ ନେତା ପ୍ରମୁଖ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *