ଡକ୍ଟର ବଦ୍ରି ମିଶ୍ରଙ୍କ ମୂର୍ଚ୍ଛିତ ମୋକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ରେ ଅନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡକ୍ଟର ବଦ୍ରି ମିଶ୍ରଙ୍କ ଦ୍ବାଦଶତମ ଗଳ୍ପ ସଂକଳନ ‘ମୂର୍ଛିତମୋକ୍ଷ’ ଉନ୍ମୋଚନ ହୋଇଯାଇଛି । ଆଧ୍ୟାତ୍ମିକ ଜନଜାଗରଣ ପାଇଁ ଅଧିକ ରୁ ଅଧିକ ଆଧ୍ୟାତ୍ମିକ ଗଳ୍ପ ସଂକଳନ ସୃଷ୍ଟି ଏକ ଆବଶ୍ୟକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଉନ୍ମୋଚନ ରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ, ବିଭାଗ ର ନିର୍ଦେଶକ ବିଜୟ କେତନ ପଟ୍ଟନାୟକ ,ବିଭାଗ ର ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାଶ,ଓଡ଼ିଶା ସାହିତ୍ୟ ଏକାଡେମୀ ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା ମଞ୍ଚାସୀନ ଥିବାବେଳେ,,ପ୍ରକାଶକ ଶୁଭାନ୍ୱଷ ରଥ,ଚିତ୍ରଦେବ ବଳଦେବ ମହାରଥା, ଚିତ୍ରଶିଳ୍ପୀ ଶଶୀକାନ୍ତ ରାଉତ୍ ,ଦାଶ ବେନହୁର , ବିଜୟାନନ୍ଦ ସିଂହ,ଗାଳ୍ପିକ ପୀତବାସ ରାଉତରାୟ, ଗୀତିକାର ପଞ୍ଚାନନ ନାୟକ ଉପସ୍ଥିତ ଥିଲେ।
