ମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା ଉଦଯାପିତ

ଭୁନେଶ୍ବର : ଚାରି କୋଟି ବାଇଶ ଲକ୍ଷ ଟଙ୍କାର, ଲାଭାଂଶ ସହ ଉଦଯାପିତ ହେଲା, ବହୁ ଚର୍ଚ୍ଚିତ ଆଦିବାସୀ ମେଳା । ଅନ୍ତିମ ସନ୍ଧ୍ୟାରେ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଏହା ଉଦଯାପିତ ହୋଇଯାଇଛି। ସଭା ଶେଷରେ ଦଶଜଣ ସଫଳ ଚାଷୀ, କୁଶଳୀ କାରିଗର ଏବଂ ଶ୍ରେଷ୍ଠ କୁଡ଼ିଆକୁ, ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ବିଭିନ୍ନ ଷ୍ଟଲରେ ଥିବା ସାମଗ୍ରୀ ଗୁଡିକୁ କ୍ରୟ କରିବା ନିମନ୍ତେ ଜନସାଧାରଣଙ୍କ ନାହିଁ ନ ଥିବା ଆଗ୍ରହ ଦେଖିବାକୁ ମିଳିଥିଲା । ଏହା ସହିତ ମେଳା ପରିସରରେ ଥିବା ପୁଷ୍ପ ପ୍ରଦର୍ଶନୀ ସମସ୍ତ ଦେଖଣାହାରୀଙ୍କୁ ବିମୋହିତ କରିଥିଲା । ବିଶେଷ ଭାବରେ କୋରାପୁଟ କଫି, ବଡି, ହଳଦୀ ଏବଂ ଝାଡୁ ଷ୍ଟଲରେ ଅହେତୁକ ଭିଡ଼ ଲାଗିଥିଲା । ମେଳା ପରିସରରେ ଆକର୍ଷଣୀୟ ନୃତ୍ୟ ଗୀତ ଏବଂ ବଂଶୀ ବାଦନ, ମେଳାର ଅନ୍ୟତମ ଆକର୍ଷଣ ଥିଲା. ଏହାସହିତ ଆଦିବାସୀଙ୍କ ଦେବାଦେବୀ ଏବଂ ସେମାନଙ୍କ କୁଡ଼ିଆ ମାନ, ସମସ୍ତଙ୍କୁ ଆକର୍ଷିତ କରିଥିଲା ।

Share the News .....

Leave a Reply

Your email address will not be published. Required fields are marked *