କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସଂରକ୍ଷଣରେ ଦୁର୍ନୀତି ନିବାରଣ ସପ୍ତାହ ଆୟୋଜିତ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ପୁରୀ ଆନୁକୂଲ୍ୟରେ ତଥା କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିଙ୍କ ସଂରକ୍ଷଣରେ ଦୁର୍ନୀତି ନିବାରଣ ସପ୍ତାହ ଶୁକ୍ରବାରଦିନ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଆରକ୍ଷୀ ଅଧ୍ୟୀକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ସତ୍ୟ ନିଷ୍ଠାର ସଂସ୍କୃତିହିଁ ରାଷ୍ଟ୍ରର ସମୃଦ୍ଧି ଏହି ମନ୍ତ୍ରକୁ ପାଥେୟ କରି ସମାଜରୁ ଦୁର୍ନୀତି ନିବାରଣ ପାଇଁ ସାଧାରଣ ଜନତାଙ୍କୁ ଶିକ୍ଷା ଦେବା ଲକ୍ଷ୍ୟରେ ସାରା ଭାରତରେ ବର୍ଷରେ ସଚେତନତା ସପ୍ତାହ ପାଳନ କରାଯାଏ ବୋଲି ମତପୋଷଣ କରିବା ସହ ଦୁର୍ନୀତି ନିବାରଣର ଶପଥପାଠ ପରିସରର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଏବଂ କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଧର୍ମଶାସ୍ତ୍ର ବିଭାଗର ବିଭାଗ ମୁଖ୍ୟ ପ୍ରଫେସର୍ ଲଳିତ କୁମାର ସାହୁ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥଲେ ପ୍ରଫେସର ଗୌରପ୍ରିୟା ଦାଶ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱନାଥ ମିଶ୍ର ସଂଯୋଜନା କରିଥିଲା ବେଳେ ଡକ୍ଟର ସନ୍ଦିପ ଚାଟାର୍ଜୀ, ଓ ଅଧ୍ୟାପିକା ପଦ୍ମଜା ଶତପଥୀ ମଞ୍ଚ ପରିଚାଳନା କରିଥିଲେ |

Share the News .....

Leave a Reply

Your email address will not be published. Required fields are marked *