ଆଚାର୍ଯ୍ୟ ହରିହର ଶିଶୁ ଭବନରେ ରାଷ୍ଟ୍ରୀୟ ଏକତା ଶପଥ ପାଠ

ପୁରୀ : ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଶୁକ୍ରବାର ପୂର୍ବାହ୍ନରେ ସାକ୍ଷୀଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜନ୍ମଦିବସ ବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ କରାଇଥିଲେ। ଦେଶର ସ୍ୱାଧୀନତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲ ଅନେକ କାର୍ଯ୍ୟ କରିଥିଲେ। ତାଙ୍କ ଜୀବନୀ ଓ ଆଦର୍ଶ ଚିରକାଳ ଆମକୁ ଅନୁପ୍ରାଣିତ କରି ଚାଲି ଥିବ ବୋଲି ଶ୍ରୀ ବେହେରା କହିଥିଲେ। ଏହି ଶପଥ ପାଠରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ଶିଶୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ, ଆଇନ ପରିବୀକ୍ଷ ସନ୍ତୋଷ କୁମାର ସାହୁ, ଶିଶୁ ଭବନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ ,ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଥିଲେ। ପରେ ସମସ୍ତ ଅନ୍ତେବାସୀ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିବାସହ ପ୍ରଭୁ ଗୋପୀନାଥ ଓ ରାଧାରାଣୀଙ୍କ ପାଦ ଦର୍ଶନ କରିଥିଲେ।
