ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆଠ ସାହି ଆଖଡାର ମେଳି ବାନ୍ଧିଲା

ପୁରୀ : ଆଠ ସାହି ଆଖଡାର ମୁଖିଆ ସାମିଲ ହେଲେ ପୁରୀ ବାସୀଙ୍କ ସ୍ଵତନ୍ତ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଅଭିଯାନରେ । ଗୋଟିଏ ସ୍ଵରରେ ଆଠ ସାହି ଆଖଡା ସମନ୍ୱୟ ସମିତି ପକ୍ଷରୁ ଦାବି ଉଠିଲା ପୁରୀ ବାସୀ ସୁବିଧାରେ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଯାଗା ଆଖଡା ର ସଭାପତି ଓ ସମ୍ପାଦକ ଏକ ସ୍ଵରରେ ଆହ୍ୱାନ ଦେଲେ । ପୁରୀ ବାସୀଙ୍କ ସ୍ଵତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଯୋଜନା ତରଫରୁ ଡିସେମ୍ବର ୭ ତାରିଖ ରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହଜାର ହଜାର ପୁରୀ ବାସୀ ଏକାଠି ହୋଇ ଶୋଭାଯାତ୍ରା ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହେଲା। ପ୍ରକ୍ରିୟାର ପ୍ରଥମ ଚରଣରେ 28 ଟି ସାମାଜିକ ଅନୁଷ୍ଠାନ ଏକତ୍ରିତ ହୋଇ social media ରେ ସଚେତନତା ସ୍ରୁଷ୍ଟି କରିବେ। ଆଗାମୀ 2 ତାରିଖ ଠାରୁ street corner meeting ଏବଂ ଆଠ ସାହି ବସ୍ତି ଗଳି କନ୍ଦିରେ ସଚେତନତା ସୃଷ୍ଟି କରାଯିବ । ଏତଦବ୍ୟତୀତ ଏ ସଂକ୍ରାନ୍ତରେ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ ହେବ । ଶ୍ରୀ ଜଗନ୍ନାଥ ଦର୍ଶନ ପୁରୀ ବାସୀଙ୍କ ମୌଳିକ ଅଧିକାର ବୋଲି ଆଠ ସାହି ଆଖଡା ମେଳି ହୋଇ ଏକ ସ୍ଵରରେ ଦାବି ଉଠାଇଲେ । ପୁରୀ ବାସୀ ପ୍ରତିଦିନ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ଦୈନଦିନ ଜୀବନ ଆରମ୍ଭ କରିଥାନ୍ତି । ଘର ପ୍ରତିଷ୍ଠା, ବ୍ରତୋପନୟନ, ବିହାହ,. ନିର୍ବନ୍ଧ ଏବଂ ଅନେକ ପୂଜାର୍ଚନା କାର୍ଯ୍ୟରେ ମହାପ୍ରସାଦ ପାଇଁ ଯାଇଥାନ୍ତି। ଏବେ ଏପରି ପରିସ୍ଥିତି ସ୍ରୁଷ୍ଟି ହୋଇଛି ମାଳ ମାହାର୍ଦ୍ଦ ପାଇଁ ମଧ୍ୟ ଯିବା ସମ୍ଭବ ହେଉନାହିଁ। ଯାହାର ପରିଣତି 100 ଟଙ୍କାର ମହାପ୍ରସାଦ ବାହାରେ ରହି କିଣିବା ଫଳରେ ତାର ଦର ଅହେତୁକ ମୂଲ୍ୟ ବୃଦ୍ଧି ପାଉଛି। ସାହି ଆଖଡାର ସମନ୍ଵୟ ସମିତିର ସଭାପତି ରବିନାରାୟଣ ସେନାପତି, ସମ୍ପାଦକ ନରେନ୍ଦ୍ର ମହାନ୍ତି, ପଥର ଆଖଡା ର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସେନାପତି, ଗୌଡବାଡ଼ ସାହି ଆଖଡାର ସମ୍ପାଦକ ରଘୁନାଥ ଖୁଣ୍ଟିଆ, ମାଟି ମଣ୍ଡପ ସାହି ଆଖଡାର ଉପସଭାପତି ଗଣେଶ ମହାସୁଆର, ପାଣ୍ଡ ଯାଗାର ସମ୍ପାଦକ ତ୍ରିଲୋଚନ ପ୍ରଧାନ, ଗଦାସାଆଣ ଯାଗାର ସଭାପତି ସୁବାଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଆସନ୍ତା 7 ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପୁରୀ ବାସୀ ମାନେ ପହଁଞ୍ଚିବା ପାଇଁ ମଞ୍ଚ ତରଫରୁ ନିବେଦନ କରାଯାଇଛି।।
