‘ସିଦ୍ଧ ମହାବୀର ସଙ୍ଗୀତ ପରିଷଦ’ ର ଏକବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ : ‘ସିଦ୍ଧ ମହାବୀର ସଙ୍ଗୀତ ପରିଷଦ’ ର ଏକବିଂଶ ତମ ବାର୍ଷିକ ଉତ୍ସବ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡିଗଡ଼ ର ସହଯୋଗରେ ଅନ୍ନପୂର୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି I ଦ୍ୱିଦିବସ ବ୍ୟାପୀ ଅନୁଷ୍ଠିତ ଉଦଯାପନୀ ଦିବସରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଦୟାନିଧି ତ୍ରିପାଠୀ, ସମାଜସେବୀ ଚକ୍ରଧର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ l ଅନୁଷ୍ଠାନର ସଭାପତି ତପନ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ଅମ୍ଳାନ ଅମୃତାଅଂଶୁ ସ୍ଵାଗତ କରିଥିଲେ I ଏହି ଅବସରରେ ଓଡ଼ିଶୀ ଗବେଷକ କବି ତିଳକ ଆର୍ତ୍ତତ୍ରାଣ ଶତପଥୀ , ବରିଷ୍ଠ କଣ୍ଠଶିଳ୍ପୀ ପ୍ୟାରୀମୋହନ ଦାଶ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସଙ୍ଗୀତ ଛାତ୍ରୀ ସୁଶ୍ରୀ ପ୍ରଯୁକ୍ତା ପାରମିତା ଙ୍କୁ ଗୁରୁଶ୍ରୀ ଚନ୍ଦ୍ରମଣି ଲେଙ୍କା ସ୍ମୃତି ଟ୍ରଫି ପ୍ରଦାନ କରାଯାଇଥିଲା I ଏଥି ସହିତ କଣ୍ଠଶିଳ୍ପୀ ଦେବାଂଶି ଦାଶ , ଅଭିଳାଷ ଦାଶ, ବାଣୀଶ୍ରୀ ମହାପାତ୍ର, ଅମ୍ଲାନ ଅମୃତାଅଂଶୁ ,ସୁଭଦ୍ରା ନାୟକ ପ୍ରମୁଖ ଙ୍କୁ ପୁରସ୍କୃତ କରାଯାଇଥିଲା I ସହ ସମ୍ପାଦକ ଶ୍ରୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ସଭାକାର୍ଯ୍ୟକୁ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଅନୁଷ୍ଠାନର ଶିଳ୍ପୀ ମାନଙ୍କ ଦ୍ଵାରା ଶ୍ରୀ ଜୟଦେବଙ୍କ ବିରଚିତ ଶ୍ରୀଗୀତଗୋବିନ୍ଦ, ଶ୍ରୀବଲ୍ଲଭାଚାର୍ଯ୍ୟ ବିରଚିତ ମଧୁରାଷ୍ଟକମ୍ , ମାଳଶ୍ରୀ, ଓଡ଼ିଶୀ, ଛାନ୍ଦ,ଚମ୍ପୁ ଓ ପଲ୍ଲୀ ଗୀତ ଆଦି ପରିବେଷଣ କରାଯାଇଥିଲା I ଗୁରୁ ଶ୍ରୀ ପ୍ରତାପ କୁମାର ବାରିକ, ସତ୍ୟନାରାୟଣ ଗୁରୁ, ହରିଶ୍ଚନ୍ଦ୍ର ଦାସ,,ସଞ୍ଜୟ କୁମାର ପାତ୍ର, ବଟଗୋପାଳ ତ୍ରିପାଠୀ ପ୍ରମୁଖ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ I ଗୁରୁ ସବିତା ମିଶ୍ର ଏବଂ ଗୁରୁ ସତ୍ୟପ୍ରିୟ ମହାପାତ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ପରିଚାଳନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସଙ୍ଗୀତ ପରିବେଷଣ କରିଥିଲେ I ସୁଶ୍ରୀ ଶୁଭସ୍ମିତା ମହାପାତ୍ର ସଙ୍ଗୀତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
