ଜାତୀୟ ଆମେଚର ଗୋ କ୍ରୀଡା ଉତ୍ସବ ଉଦଘାଟିତ

ପୁରୀ : ଆମେଚର ଗୋ ଆସୋସିଏସନ ଓଡିଶା ପକ୍ଷରୁ ଅନୁଷ୍ଠିତ ତିନିଦିନଆ ଜାତୀୟ ଆମେଚର ଗୋ କ୍ରୀଡା ଉତ୍ସବ ଉଦଘାଟିତ ହୋଇଛି l ମୁଖ୍ୟ ଅତିଥିଭାବେ ଓଡିଶା ଅଲମ୍ପିକ ଆସୋସିଏସନର ଅଧ୍ୟକ୍ଷ ସମୀର ରଞ୍ଜନ ମହାନ୍ତି ଉଦଘାଟନ କରିଥିଲେ l ଉଦଘାଟନ ଉତ୍ସବରେ ଶ୍ରୀ ମହାନ୍ତି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ l ସେ କହିଥିଲେ ପ୍ରତିଯୋଗିତାରେ କ୍ରୀଡ଼ାବିତ ମାନେ ଭଲ ପ୍ରଦର୍ଶନ କରି ଦେଶର ନାଁ ରଖନ୍ତୁ l ଗୋ ଆମେଚର ଖେଳ ଏକ ବୁଦ୍ଧିମତାର ପ୍ରତୀକ l ଏହା ଏକ ଶୃଙ୍ଖଳିତ ଖେଳ l ଅନ୍ୟତମ ଅତିଥିଭାବେ ଇଣ୍ଡିଆ ଆମେଚର ଗୋ ଆସୋସିଏସର ଜାତୀୟ ସମ୍ପାଦକ ମନୋଜ ଯାଦବ ଯୋଗଦେଇ ଓଡିଶା ପ୍ରଦେଶରେ ଏଭଳି ସୁନ୍ଦର ଆୟୋଜନ ପାଇଁ ଓଡିଶା ଆସୋସିସନକୁ ଧନ୍ୟବାଦ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ସର୍ବଭାରତୀୟ ସଂଯୋଜକ ଚନ୍ଦନ ପାଣ୍ଡେ, ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିର୍ଦେଶକ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ l ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟ ସଭାପତି ବିନୟ ନୃସିଂହ ମହାପାତ୍ର l ସମ୍ପାଦକ ରାଜକିଶୋର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କୋଷାଧକ୍ଷ ଦେବଦତ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରେ ୟୁଥ ହଷ୍ଟେଲ ପରିସରରେ ଗୋ ଆମେଚର କ୍ରୀଡା ଉଦଘାଟିତ ହୋଇଥିଲା l ସୂଚନା ଯୋଗ୍ୟ ଯେ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଜାତୀୟ ଆମେଚର ଗୋ ଚାମ୍ପିୟାନ ସିପ 2025 କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଅଛି l କ୍ରୀଡା ପ୍ରତିଯୋଗିତାରେ 19ଟି ରାଜ୍ୟର କ୍ରୀଡ଼ାବିତ ଓ ତାଙ୍କର ପରିଚାଳନା ସଦସ୍ୟ ମାନେ ଯୋଗଦେଇଛନ୍ତି l ଏହା ପୁରୁଷ ଓ ମହିଳା ଗ୍ରୁପରେ ସବ ଜୁନିୟର, ଜୁନିୟର ଓ ସିନିୟର ବିଭାଗରେ କ୍ରୀଡା ପ୍ରତିଯୋଗିତା ୟୁଥ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହା ତୃତୀୟ ଜାତୀୟ କ୍ରୀଡା ଭାବେ ପ୍ରଥମ କରି ଓଡିଶା ପୁରୀ ଠାରେ ଆୟୋଜନ ହେଉଅଛି l 2010 ମସିହାରୁ ଏସିଆଡ଼ ଗେମରେ ସାମିଲ ହୋଇ ପାଖାପାଖି 76ଟି ଦେଶରେ ଏହି ଖେଳ କ୍ରୀଡା ଭାବେ ଖେଳାଯାଉଛି l ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ସହ ସାମିଲ ହୋଇ ଭାରତ ବର୍ଷରେ ସୁଦୂର ପ୍ରସାର କରିବା ପାଇଁ ଇଣ୍ଡୋ ଆମେଚର ଗୋ ଆସୋସିଏସନ ପ୍ରୟାସ ଜାରି ରଖିଛି l ବିଶେଷ କରି ଚାଇନା, ଆମେରିକା, ଜାପାନ, ଦକ୍ଷିଣ ଓ ଉତ୍ତର କୋରିଆ ଆଦି ବିଭିନ୍ନ ୟୁରୋପ ଦେଶ ମାନଙ୍କରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି l ଏହି କ୍ରୀଡା ପ୍ରଥମଥର ପାଇଁ ଓଡିଶା ପୁରୀରେ ଅନୁଷ୍ଠିତ ହେଉଅଛି l ଆଜି ଏହି କ୍ରୀଡା ପ୍ରତିଯୋଗିତା ଉଦଘାଟନ ହୋଇଛି l ଉଦଘାଟନ ଉତ୍ସବରେ ଆୟୋଜନ ସମିତିର ସଦସ୍ୟ ହରିହର ମହାପାତ୍ର, ଉପାଧ୍ୟକ୍ଷ ରବି ନାରାୟଣ ଦାଶ, ଉପସଭାପତି ଡାକ୍ତର ଦେବସ୍ମିତା ରାୟ, ସୁଶ୍ରୀ ପାଣି, ପ୍ରଶାନ୍ତ କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ l ଜ୍ୟୋତିପ୍ରଭା ଦାଶ, ସୁଦେଶା ପଣ୍ଡା, ସୁନିତା ମହାରଣା, ଚନ୍ଦ୍ରଶେଖର ମିଶ୍ର, ଅଭିମନ୍ୟୁ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
