ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ଦହି ପାଣି ବଣ୍ଟନ 

ପୁରୀ : ପୁରୀ ଏସ. ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶକ୍ରମେ ସୋମବାର ସଶସ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏହି ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଶ୍ରୀଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ଶୀତଳ ଦହି ପାଣି ବଣ୍ଟନ କରାଯାଇଥିଲା। ଭକ୍ତମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ସହ ପୁରୀ ପୋଲିସ ଏବଂ ଶ୍ରୀମନ୍ଦିର ସୁରକ୍ଷା ବାହିନୀର ଏହି ମାନବିକ ସେବାକୁ ପ୍ରଶଂସା କରିଥିଲେ। ଏହି ସେବା କାର୍ଯ୍ୟକ୍ରମରେ କୁଳପତି ଶ୍ରୀ ତାପସ ରଞ୍ଜନ ଦାସ, ଉପ କୁଳପତି ଶ୍ରୀ କୌଶିକ ନାୟକ, ଏସି ନାରାୟଣ ରାଉତ, କିରଣ କୁମାର ଏବଂ ଶ୍ରୀ ବିଜୟ ନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମନ୍ୱୟ କରିଥିଲେ। ସୁରକ୍ଷା ବାହିନୀର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ଏହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।

ପୁରୀ ପୋଲିସ ସଦା ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଏବଂ ସେବା ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରହିବ।

Share the News .....

Leave a Reply

Your email address will not be published. Required fields are marked *