ରାଷ୍ଟ୍ରସେବା ଟ୍ରଷ୍ଟର ‘ପଖାଳ ପଙ୍ଗତ’

ପୁରୀ : ଓଡ଼ିଆଙ୍କ ଜୀବନର ଅଭିନ୍ନ ଅଙ୍ଗ ହେଉଛି ପଖାଳ। ଏହା କେତେ ଉପକାରୀ କାହାକୁ ଅଛପା ନାହିଁ। କିନ୍ତୁ ଆମେ ଆମ ସଂସ୍କୃତିକୁ ବିସ୍ମୃତ କରିଚାଲିଛୁ। ଆମ ମହନୀୟ ପ୍ରପଞ୍ଚ ନା ଶୂନ୍ୟ ସଂସ୍କୃତିକୁ ମନେ ପକେଇବା ଉଦ୍ଦେଶ୍ୟରେ ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ହୋଟେଲ ଏମ୍ପାୟାରରେ ନିଆରା ଢଙ୍ଗରେ ପାଳିତ ହୋଇଛି ପଖାଳ ଦିବସ। ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପଖାଳ ପଙ୍ଗତରେ ଯୋଡ଼ି ହେବାର ଅବକାଶ ଆଣିଦେଇଥିଲା ଅନୁଷ୍ଠାନ। ମାଟି ସରାରେ ଦହି ପଖାଳ ସାଙ୍ଗକୁ ଶାଗ ଭଜା, ବଡ଼ି ଚୂରା, ପଣସ କଠା, ଆଳୁ ଓ ବାଇଗଣ ଭର୍ତା, ଟମାଟୋ ଚଟଣୀ, ବାଇଗଣ ଭଜା, ଆମ୍ବ ଚଟଣୀ, ବରକୋଳି ଖଟା, ମାଣ୍ଡିଆ ମଣ୍ଡା, ଆରିସା ରେ ଆପ୍ୟାୟିତ ହୋଇଥିଲେ ଅତିଥିବୃନ୍ଦ। ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜିତା ପାଢ଼ୀଙ୍କ ଦ୍ବାରା ଆୟୋଜିତ ଏହି ପଖାଳ ପଙ୍ଗତ ସଭାରେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପି ଜିଲ୍ଲା ସଭାପତି ଡ.ଦେବେନ୍ଦ୍ର ତରେଇ, , ଶ୍ରୀ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମଧୁସୂଦନ ସିଂହାରୀ, ମନୋଜ ରଥ, ରବି ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ବିଷ୍ଣୁ ଦତ୍ତ ଦାସ, ରାଜୁ କୁମାର,ଝୁନଝୁନୱାଲ ରାମ ଅବତାର ଆଗ୍ରୱାଲ , ଦିୱାନ ଜୀ ଗୁର୍ଗ , ସତ୍ୟ ନାରାୟଣ ଅଗ୍ରୱାଲ ପ୍ରମୁଖ ଅତିଥିଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ବରିଷ୍ଠ ନାଗରିକ ଫୋରମ, ଆଇନଜୀବୀ, ଭାରତ ବିକାଶ ପରିଷଦ, ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଟ୍ରଷ୍ଟର ସମ୍ପାଦକ ରାଜେଶ ଦେବତା ଓ ଅନ୍ୟ ସଦସ୍ୟମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
