ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ହରାଇଥିବା ସୁନା ଚେନ୍‌ ଉଦ୍ଧାର

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ହରାଇଥିବା ପ୍ରାୟ ୮୦ ଗ୍ରାମ ଓଜନର ସୁନା ଚେନ୍‌କୁ ପୁରୀ ପୋଲିସ ସଫଳତାର ସହ ଉଦ୍ଧାର କରି ପ୍ରକୃତ ମାଲିକାଙ୍କୁ ହସ୍ତାନ୍ତର କରିଛି। ଶ୍ରୀମତୀ ଭାଗ୍ୟମା (ବୟସ ୫୭ ବର୍ଷ), ସ୍ୱାମୀ ମୁନିୟାପ୍ପା, ଗ୍ରାମ– କୁମ୍ବଳାହଲ୍ଲି, ଥାନା ହୋସକୋଟେ, ରାଜ୍ୟ କର୍ଣ୍ଣାଟକ, ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ପୁରୀ ଆସିଥିବା ବେଳେ ମନ୍ଦିର ଭିତରେ ଜାଲି ଗେଟ ନିକଟରେ ତାଙ୍କର ସୁନା ଚେନ୍‌ଟି ହରାଇଯାଇଥିଲା।ଏହା ସମ୍ପର୍କରେ ସୂଚନା ପାଇବା ପରେ ପୁରୀ ପୋଲିସର କର୍ତ୍ତବ୍ୟରତ ପୋଲିସ ଟିମ୍‌ ତତ୍କ୍ଷଣାତ୍ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ। ସଚେତନତା, ତତ୍ପରତା ଓ କାର୍ଯ୍ୟକୁଶଳତାର ସହ ପୋଲିସ ଟିମ୍‌ ଉକ୍ତ ସୁନା ଚେନ୍‌କୁ ଉଦ୍ଧାର କରି ପ୍ରକୃତ ମାଲିକା ଶ୍ରୀମତୀ ଭାଗ୍ୟମାଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ। ପୁରୀ ପୋଲିସ ସଦା ଭକ୍ତମାନଙ୍କ ସୁରକ୍ଷା, ସହଯୋଗ ଓ ସେବା ପ୍ରତି ପ୍ରତିବଦ୍ଧ।

Share the News .....

Leave a Reply

Your email address will not be published. Required fields are marked *