କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କଲେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ

ପୁରୀ : କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗର ମନ୍ତ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସ୍ୱରୂପ କରପଲ୍ଲଵ ପ୍ରଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡିଶାକୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ । ଏଥି ସହିତ ଶ୍ରୀଯୁକ୍ତ ଶାହାଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଶିଖରରେ ୧୪ ହାତ ହଳଦିଆ ରଙ୍ଗର ବାନା ଲାଗିକରି ମଙ୍ଗଳ କାମନା କରିଥିଲେ ।
