ଯୋଗ ଭାରତ ଆନୁକୂଲ୍ୟରେ ମହିଳା ଯୋଗ ପ୍ରଶିକ୍ଷଣ ସମ୍ମାନ ସମାରୋହ

ପୁରୀ : ପୁରୀ କୋଣାର୍କ ବେଳାଭୂମି ମାର୍ଗସ୍ଥିତ ସାଇ ସ୍ମାର୍ଟ ସ୍କୁଲ ପରିସରରେ ଯୋଗଭାରତ ଆନୁକୂଲ୍ୟରେ ସାଇ ସ୍ମାର୍ଟ ସ୍କୁଲ ଦ୍ୱାରା ଆୟୋଜିତ ପଂଚାୟତ ସ୍ତରୀୟ ମହିଳା ଯୋଗପ୍ରଶିକ୍ଷଣ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୀର ବନ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ଧନଜୀ ରାଓସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ଆନୁଷ୍ଠାନିକ ଭାବେ ସମାରୋହକୁ ଉଦଘାଟନକରି କହିଲେ କି ସୁସ୍ଥ ଶରୀର ଓ ମନପାଇଁ ଯୋଗର ଭୂମିକା ଅତୁଳନୀୟ l ଯଶସ୍ୱୀ ପ୍ରଧାନମନ୍ତୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନିଷ୍ଠାପର ଉଦ୍ୟମବଳରେ ଯୋଗ ଆଜି ସମଗ୍ର ବିଶ୍ୱରେ ଜନାଦୃତ ହୋଇପାରିଛି l ସମ୍ମାନିତ ଅତିଥି ଭାବରେ ପୁରୀ ଫର୍ମାସୀ ମହାବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀମତୀ ଅନିମା ଦାଶ ଓ ଅଧକ୍ଷ ଡ଼ଃ ଅମୀୟକାନ୍ତ ମିଶ୍ର ଯୋଗଦେଇ ଆଜିର ଆଧୁନିକ ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଯୋଗ ଶାନ୍ତି ଓ ସୁଖ ଦେଇପାରିବବୋଲି ମତପୋଷଣ କରିଥିଲେ ଅନ୍ୟ ସମ୍ମାନିତ ଅତିଥିଭାବରେ ସାଇ ସ୍ମାର୍ଟ ସ୍କୁଲର ଅଧ୍ୟକ୍ଷ ଇଁ ଆଶିଷ କୁମାର ଦାଶ, ପୁରୀ ସଦର ସାମାଜିକ ସଦଭାବନା ର ସହ ସଂଯୋଜକ ଶ୍ରୀ ସର୍ବେଶ୍ୱର ସ୍ୱାଇଁ, ଯୋଗ ଗୁରୁ ଡ଼ଃ ଆଲୋକ କୁମାର ସ୍ୱାଇଁ ଓ ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟର ଯୋଗବିଭାଗର ସହଯୋଗୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରେମ ପ୍ରକାଶ ପାଣ୍ଡେ ଯୋଗଦେଇ ଯୋଗର ପରିଭାଷା, ପ୍ରଣାଳୀ ଓ ଏହାର ବିସ୍ତାରି ପ୍ରଭାବ ସମ୍ପର୍କରେ ଉପସ୍ଥିତ ଯୋଗ ଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ l ଯୋଗଭାରତର ସଂଯୋଜିକା ତଥା ଯୋଗ ପ୍ରଶିକ୍ଷିକା ଶ୍ରୀମତୀ ସୁଶ୍ରୀ ପ୍ରିୟଦର୍ଶିନୀ ପାଣି ତାଙ୍କର ପ୍ରିୟ ଶିକ୍ଷାର୍ଥୀ ମାନଙ୍କୁ ନିରନ୍ତର ଯୋଗାଭ୍ୟାସ ଜାରିରଖିବାପାଇଁ ପରାମର୍ଶ ଦେଇଥିଲେ l ଯୋଗଭାରତର ଏହିପରି ଅନ୍ୟ ପଂଚାୟତର ମହିଳାମାନଙ୍କୁ ଯୋଗପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ମତପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯାଇଥିଲା l ସୁସ୍ଥ ନାରୀ ସଶକ୍ତ ପରିବାର ଗଠନକରି ଏକ ସୁସ୍ଥ ସମାଜ ଗଢିବାପାଇଁ ସମସ୍ତ ଶିକ୍ଷାର୍ଥୀମାନେ ସଂକଳ୍ପ ନେଇଥିଲେ l “ମା’ ପାଇଁ ଗଛଟିଏ” ନାରାରେ ସମସ୍ତ ଅତିଥିମାନେ ଯୋଗ ଶିକ୍ଷାର୍ଥୀ ମାନଙ୍କୁ ଗୋଟିଏ ଗୋଟିଏ ଗଛ ସହିତ ସମ୍ମାନ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀପଦା ମିଶ୍ର, ଲୋପାମୁଦ୍ରା ମହାପାତ୍ର ସମାରୋହ ସଂଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ନମ୍ରତା ରଥ, ସ୍ୱପ୍ନା ଦାଶ, ଅନିନ୍ଦିତା ଦାଶ, ସୁଲିପ୍ତା ମହାପାତ୍ର, ମଧୁସ୍ମିତା ଓଝା, ନୀଳମ୍ବରୀ ପଣ୍ଡା ଓ ସୁଲେଖା ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ l
