ପୁରୀ ସାଂସ୍କୃତିକ ସମ୍ବଳ କେନ୍ଦ୍ର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ :’ପୁରୀ ସାଂସ୍କୃତିକ ସମ୍ବଳ କେନ୍ଦ୍ର’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଭକ୍ତ ସାଲବେଗ ସ୍ମୃତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ନଭେମ୍ବର 11 ଏବଂ 12 ତାରିଖ ଦୁଇଦିନ ଧରି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚଠାରେ ଭକ୍ତିସଙ୍ଗୀତ କୁ ନେଇ ଭକ୍ତି ଅର୍ଘ୍ୟ ‘ହୃଦୟରେ କଳାଠାକୁର’ ଏବଂ ଉଦଯାପନୀ ଦିବସରେ ନବେ ଦଶକର ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ‘ହୃଦୟରେ କଳାକାର’ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହେବ I ଏହି ଅବସରରେ ପ୍ରଥମ ଦିବସରେ କଣ୍ଠଶିଳ୍ପୀ ସୁଧାକର ମିଶ୍ର, ଅଞ୍ଜଳି ମିଶ୍ର, ସୀତାର ବାଦକ ସତ୍ୟନାରାୟଣ ଗୁରୁ, ଜ୍ୟୋତିର୍ବିଜ୍ଞାନୀ ନିରଞ୍ଜନ ଗିରି ଏବଂ ଦ୍ଵିତୀୟ ଦିବସରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବରେନ୍ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଗୀତିକାର ଡକ୍ଟର ପଞ୍ଚାନନ ନାୟକ, ପ୍ରଫେଶର ହୃଷୀକେଶ ସାହୁ, ଶିକ୍ଷାବିତ୍ ସୁମିତ୍ରା ମହଲ ଓ ସମାଜସେବୀ ରୀତା ସାହୁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି I ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ହୃଦୟରେ କଳାକାର’ ଲୋକାର୍ପିତ ହେବା ସହିତ ତିନୋଟି ସଙ୍ଗୀତ ସି ଡି ମଧ୍ୟ ଉନ୍ମୋଚିତ ହେବ I ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁ, ସାଂସ୍କୃତିକ ସମ୍ପାଦକ ଗୁରୁ ଶତପଥୀ ଏବଂ ଉପଦେଷ୍ଟା ଶ୍ୟାମ ପ୍ରକାଶ ସେନାପତି ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିଲେ I

Share the News .....

Leave a Reply

Your email address will not be published. Required fields are marked *