ଶ୍ରୀଜଗନ୍ନାଥ ମହାପ୍ରସାଦର ଅନଲାଇନ୍ ବୁକିଂ ଓ ବିକ୍ରୟ ସମ୍ପର୍କୀୟ ଭ୍ରାନ୍ତିକର ସୂଚନା ଦେଇ ବିଲଡର ଗିରଫ

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରସାଦର ଅନଲାଇନ୍ ବୁକିଂ ଓ ବିକ୍ରୟ ସମ୍ପର୍କୀୟ ଭ୍ରାନ୍ତିକର ସୂଚନା ଦେଇ ବିଲଡର ଗିରଫ ହୋଇଛନ୍ତି । ଗତ ଅକ୍ଟୋବର 22 ତାରିରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବିଭାଗ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ଯେ, “Shreeprasad.org” ନାମକ ଏକ ଅବୈଧ website ଶ୍ରୀଜଗନ୍ନାଥ ମହାପ୍ରସାଦର ଅନଲାଇନ୍ ବୁକିଂ ଓ ବିକ୍ରୟ ସମ୍ପର୍କୀୟ ଭ୍ରାନ୍ତିକର ସୂଚନା ଦେଇ ଭକ୍ତମାନଙ୍କୁ ପ୍ରେରିତ କରୁଅଛି। ଉକ୍ତ ୱେବସାଇଟ୍‌ରେ ଶ୍ରୀମନ୍ଦିର ଓ ମହାପ୍ରସାଦର ଛବି ସହିତ ପ୍ରସାଦର ମୂଲ୍ୟ ଉଲ୍ଲେଖିତ ରହିଛି, ଯାହା ଭକ୍ତମାନଙ୍କ ମନରେ ଭ୍ରାନ୍ତି ଓ ଭୁଲ ଧାରଣା ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହି କାର୍ଯ୍ୟ ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ କରି, ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ଓ ଖ୍ୟାତିକୁ ହାନି କରିବ ବୋଲି ସାଇବର ପୋଲିସ ଥାନା, ପୁରୀରେ ମାମଲା ରେଜିଷ୍ଟର ହୋଇଛି ।

ଉକ୍ତ ମାମଲାର ତୁରନ୍ତ ତଦନ୍ତ ପାଇଁ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ସାଇବର ପୋଲିସ ଥାନା ଆଇ.ଆଇ.ସି. ଙ୍କୁ ନିର୍ଦେଶ ଦେଇଥିଲେ । ତଦନ୍ତ ସମୟରେ ଜଣାପଡିଲା ଯେ ଉକ୍ତ ୱେବସାଇଟ୍‌ ଟି ଜଗତସିଂହପୁରର ଦିସ୍ପୋଜା ପଟ୍ଟନାୟକଙ୍କ ନାମରେ ରହିଛି। ପରବର୍ତ୍ତୀ ଟେକ୍ନିକାଲ୍ ବିଶ୍ଳେଷଣ ଓ ମୋବାଇଲ୍ ଲୋକେସନ୍ ଟ୍ରାକିଂ ମାଧ୍ୟମରେ ଜଣାଗଲା ଯେ ଉକ୍ତ ଅଭିଯୁକ୍ତ ଭୁବନେଶ୍ୱରରେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କରୁଥିବା ସହିତ “Homznoffiz India Pvt. Ltd.” ନାମକ ଫର୍ମର ମାଲିକ, ଯାହା 7th Floor, OU-713, Nexus Esplanade Mall, ରସୁଲଗଡ଼, ଭୁବନେଶ୍ୱର ଠାରେ ଅବସ୍ଥିତ। ଏହି ସତ୍ୟ ଆଧାରରେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ଚଢ଼ାଉ କରାଯାଇ ଦିସ୍ପୋଜା ପଟ୍ଟନାୟକଙ୍କୁ ଗିରଫ କରାଯାଇଥିଲା। ଆଇନସମ୍ମତ ସମସ୍ତ ପଦକ୍ଷେପ ଗ୍ରହଣ ପରେ ଅଭିଯୁକ୍ତଙ୍କୁ ଆଦାଲତକୁ ପଠାଯାଇଥିଲା। ଉକ୍ତ ଭୁଲ ୱେବସାଇଟ୍‌ ସହ ଜଡିତ ଅନ୍ୟ ଲୋକଙ୍କ ସଂପୃକ୍ତି ଓ ଆର୍ଥିକ ନେଣଦେଣ ସମ୍ପର୍କରେ ତଦନ୍ତ ଚାଲିଛି।

Share the News .....

Leave a Reply

Your email address will not be published. Required fields are marked *