ଭାରତୀୟ ଜନତା ପାର୍ଟି ପୁରୀଜ଼ିଲ୍ଲାର ବରିଷ୍ଠ ନେତା ଡ଼ଃ ବିଶ୍ୱନାଥ ରଥ ଙ୍କ ପରଲୋକ

ଭାରତୀୟ ଜନତା ପାର୍ଟି ପୁରୀ ଜ଼ିଲ୍ଲା ର ବରିଷ୍ଠ ନେତା , ପୂର୍ବତନ ଜାତୀୟ ପରିଷଦ ସଭ୍ୟ , ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଜେପି ପ୍ରାର୍ଥୀ ,ଭାରତ ସରକାରଙ୍କ ନାରିକେଳ ବିକାଶ ବୋର୍ଡ ର ପୂର୍ବତନ ଉପାଧ୍ୟକ୍ଷ , IMT ଫାର୍ମାସୀ ଓ ଆଲାଏଡ ସାଇନ୍ସ କଲେଜ ପୁରୀ ର ପ୍ରତିଷ୍ଠାତା ଓ ଅନେକ ପଦ ପଦବୀରେ ଅଧିଷ୍ଠିତ ଡ଼ଃ ବିଶ୍ୱନାଥ ରଥ ଙ୍କ ପରଲୋକ ହୋଇଯାଇଛି । 20 ଅକ୍ଟୋବର ଦୀପାବଳି ଅମାବାସ୍ୟା ରାତି 12:45am ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।
ପ୍ରଥମେ ତାଙ୍କ ମର ଶରୀର ସତ୍ୟବାଦିରେ ତାଙ୍କ ପୈତୁକ ଗାଁ ଭୀମପୁର କୁ ନିଆଯାଇଥିଲା । ପରେ IMT ଫାର୍ମାସୀ କଲେଜ , ପୁରୀ ହୋଇ ବାରବାଟୀ ନୂଆ ସାହି ସ୍ଥିତ ବାସ ଭବନ ରେ ପହଞ୍ଚିଥିଲା । ଦିନ 12:30 ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଏକ ମାତ୍ର ପୁତ୍ର ମନୋଜ ରଥ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ । ଡ଼ଃ ରଥ ଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ , ଝିଅ , ଜୋଇଁ , ବୋହୁ , ଧର୍ମପତ୍ନୀ ଓ ଦୁଇ ନାତୁଣୀ ଉପସ୍ଥିତ ଥିଲେ|
ଡ଼ଃ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଉପ ମୁଖ୍ୟମନ୍ତ୍ରୀ କେ ବି ସିଂଦେଓ , ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା , ପୁରୀ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର , ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ , ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ,ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଉପସଭାପତି ବିରଂଚି ତ୍ରିପାଠୀ , ସୁଦୀପ୍ତ ରାୟ , ପଞ୍ଚାନନ ରାଉତ , ପୁରୀ ଜିଲ୍ଲା କଂଗେସ ସଭାପତି ରାଜେଶ ମିଶ୍ର , ପୁରୀ ଜିଲା ବିଜେପି ସଭାପତି ଡ଼ ଦେବେନ୍ଦ୍ର ନାଥ ତରାଇ , ଯୁବମୋର୍ଚା ସଭାପତି ଜୟନ୍ତ ଦାସ , ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ,ରମା ରଞ୍ଜନ ବଳିୟାରସିଂ , ଯୁବ ନେତା କାମାକ୍ଷା ପ୍ରଧାନ , କୃଷ୍ଣ ଜଗଦେବ , ଆଦିକନ୍ଦ ଶ୍ରୀଚନ୍ଦନ , ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଶୋକପ୍ରକାଶ କରିଛନ୍ତି |
