ଦିବ୍ଯାଙ୍ଗ ମାନେ ସମାଜ ପାଇଁ ବୋଝ ନୁହନ୍ତି

ପୁରୀ : ଦିବ୍ଯାଙ୍ଗ ମାନେ ସମାଜର ଏକ ଅଙ୍ଗ। ସେମାନ ସମାଜ ପାଇଁ ବୋଝ ନୁହନ୍ତି ବରଂ ସମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କଲେ ସେମାନେ ସମାଜର ସମ୍ବଳ ପାଲଟିବେ। ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ଆମେ ସାମୁହିକ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା। ଶୁକ୍ରବାର ପୂର୍ବାହ୍ନରେ ଟାଉନ ହଲ ଠାରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳାୟ ପକ୍ଷରୁ ଏସଭିନିରତାର ସହାୟତାରେ ପର୍ପଲ ଫେୟାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରତ୍ୟେକ ଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି। ଏହାର ଉପଯୁକ୍ତ ବିକାଶ ହେଲେ ସେମାନେ ସମାଜର ସମ୍ବଳ ପାଲଟନ୍ତି। ଦିବ୍ଯାଙ୍ଗ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ପରିପ୍ରକାଶ ପାଇଁ ଏହି ଭଳି ମଞ୍ଚ ହିଁ ବଡ ପ୍ଲାଟଫର୍ମ ବୋଲି ସେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଅକ୍ଷୟ କୁମାର ଶତପଥୀ, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ ନାୟକ, ଜିଲ୍ଲାଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ ପ୍ରମୁଖ ଯୋଗ ଦେଇ ଦିବ୍ଯାଙ୍ଗ ମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ନିରତାର ର ଉପ ନିର୍ଦ୍ଦେଶକ ସତ୍ଯଜିତ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରାଣାଳୟ ପକ୍ଷରୁ ନିରତାର ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପର୍ପଲ ମେଳା ଆୟୋଜିତ କରାଯାଉଛି।ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲାରେ ଏହା ସରିଥିବା ବେଳେ ଆଜି ପୁରୀ ରେ ହେଉଛି।ଆଗାମୀ ଦିନରେ ସମସ୍ତ ଜିଲ୍ଲା ମାନଙ୍କ ରେ ଏହା ଆୟୋଜନ କରାଯିବା ସହ ଦିବ୍ଯାଙ୍ଗ ପ୍ରତିଭା ମାନଙ୍କୁ ଉତ୍ସାହିତ କରାଯିବ ବୋଲି ସେ କହିଥିଲେ।ପରେ ଅତିଥି ମାନେ ପ୍ରଦର୍ଶନୀ ମେଳା କୁ ଉଦଘାଟନ ଓ ପରିଦର୍ଶନ ସହ ଝୋଟି ପ୍ରତିଯୋଗିତା କୁ ନିରୀକ୍ଷଣ କରିଥିଲେ। ପରେ ଦିବ୍ଯାଙ୍ଗ ପ୍ରତିଭାଧାରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *