କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ; ଢେଲା ମାଡ, ଅଟକିଲା ମେଢ
କଟକ : କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ । ଶୁକ୍ରବାର ବିଳମ୍ବିତ ରାତିରେ କଟକର ହାତୀପୋଖରୀ ନିକଟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟି ଅତିକ୍ରମ କରୁଥିବା ବେଳେ କୌଣସି କାରଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ ହୋଇଥିଲା । ଏଥିରେ 6 ଜଣରୁ ଅଧିକ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଷ ଖିଲାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତିନିକୋଣିଆ ବଗିଚାପଟରୁ ମେଢଗୁଡିକ ଆଗକୁ ନଯାଇ ପାରି ଦରଘା ବଜାରରେ ଅଟକି ରହିଛନ୍ତି ।
