ରାଜ୍ୟସ୍ତରୀୟ ଉତ୍କଳମଣି ସେବା ସମ୍ମାନ ପ୍ରଦାନ ସମାରୋହ

ପୁରୀ : ଓଡ଼ିଶା ସ୍ୱେଚ୍ଛାସେବୀ ମହାସଂଘ ଆନୁକୁଲ୍ୟରେ ଆୟୋଜିତ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ବିକଶିତ ଓଡ଼ିଶା – 2036 ଭିଜନ୍ ଏବଂ ରାଜ୍ୟସ୍ତରୀୟ ଉତ୍କଳମଣି ସେବା ସମ୍ମାନ ପ୍ରଦାନ ସମାରୋହ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ତଥା ସଂଘର ଅଧ୍ୟକ୍ଷ ଜୟନ୍ତ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ I ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ହରିହର କାନୁନଗୋ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୁରୀ ବାର ଆସୋସିଏସନର ପୂର୍ବତନ ସଭାପତି ବିଜୟ କୁମାର ମିଶ୍ର, କ୍ୟାପଟେନ୍ ସଂଜୀବ କୁମାର ମୁଦୁଲି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ, ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ I ମାନବ ସେବା ହିଁ ମାଧବ ସେବା I ସେବାରେ ଆନନ୍ଦ ଥାଏ I ଦେବା ହିଁ ସେବା I ନେବା କେବେ ସେବା ହୋଇ ନ ପାରେ I ସେବା ସବୁବେଳେ ସମର୍ପିତ I ସମର୍ପଣ ଭାବ ନ ରହିଲେ ସେବାକୁ ପୂର୍ଣ୍ଣତା ମିଳେନାହିଁ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ I ସଂଘ ର ମୁଖ୍ୟ ଉପଦେଷ୍ଟା ଅମରବର ବିଶ୍ଵାଳ, ଚାନ୍ଦମଣି ଦେଇ , ପ୍ରଧାନ ଧୀରେନ୍ ରାୟ ପ୍ରମୁଖ ଉପସ୍ଥିତ ଥିଲେ l ସାଧାରଣ ସମ୍ପାଦିକା ସନ୍ଧ୍ୟାରାଣୀ ରଥ ବିବରଣୀ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମ କୁ ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ସଂଗଠକ ଲକ୍ଷ୍ମୀ ନାରାୟଣ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ କୃଷ୍ନ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜୀବୀ ଏବଂ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ I ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ସଂଘ ର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I

Share the News .....

Leave a Reply

Your email address will not be published. Required fields are marked *