କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ରେ ବେଦ ରହସ୍ୟ ଶୀର୍ଷକ ରାଷ୍ଟ୍ରୀୟ ସଂଗୋଷ୍ଠୀ ଉଦଯାପିତ

ପୁରୀ : ଅରୋଜ୍ୟୋତି ଟ୍ରଷ୍ଟ, ପୁରୀ ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ର ମିଳିତ ଆନୁକୂଲ୍ୟରେ ବେଦ ରହସ୍ୟ ଶୀର୍ଷକ ଦ୍ଵିଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ପରିସରର ନିର୍ଦେଶକ ଜ୍ୟୋତିର୍ବିଦ୍ ପ୍ର. ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ବେଦ ପାଠ ଅଧ୍ୟାପକ ଡକ୍ଟର ଜ୍ଞାନେଶ ଉପଧ୍ୟାୟ କରିଥିବା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅରୋଜ୍ୟୋତି ଟ୍ରଷ୍ଟ, ପୁରୀର ମୁଖ୍ୟ ଡ଼. ବିପିନାନନ୍ଦ ମିଶ୍ର ଓ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଆନ୍ତଃରାଷ୍ଟ୍ରୀୟ ଶିକ୍ଷଣ ସଂସ୍ଥାନ, ପଣ୍ଡୀଚେରୀ ର ପ୍ର. ମଧୁସୂଦନ ମହାପାତ୍ର l ଆଜିର ଏହି କାର୍ଯ୍ୟକ୍ରମରେ ବିବିଧ ପ୍ରାନ୍ତରୁ ଶତାଧିକ ଆଲୋଚକମାନେ ଅଂଶଗ୍ରହଣକରି ବେଦ ରହସ୍ୟ ସଂକ୍ରାନ୍ତରେ ଚର୍ଚ୍ଚା କରିଥିଲେ l କାର୍ଯ୍ୟକ୍ରମର ସହ-ସଂଯୋଜକ ଡ଼. ବେଣୁଧର ଦାଶ ମଂଚ ସଂଚାଳନ କରିଥିଲେ ଏବଂ କାର୍ଯ୍ୟକ୍ରମ ର ସଂଯୋଜକ ଡ଼. ପ୍ରୀୟରଞ୍ଜନ ରଥଙ୍କ ସଂଯୋଜନା ରେ ସଂଗୋଷ୍ଠୀର ଉଦଯାପନ ସତ୍ତ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ଡକ୍ଟର ସୁଶାନ୍ତ କୁମାର ଶତପଥୀ, ଡକ୍ଟର ନୀଳମାଧବ ଦାଶ, ଡକ୍ଟର ରାଜଶ୍ରୀ ପାଢ଼ୀ, ଡକ୍ଟର ମହେଶ ପାଣିଗ୍ରାହୀ, ଡକ୍ଟର ସ୍ଵାଗତିକା ମହାନ୍ତି, ଡକ୍ଟର ମିଥୁନ ଶତପଥି, ଡକ୍ଟର ସନ୍ଦୀପ ଚାଟ୍ଟାର୍ଜୀ, ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର ସମେତ ପରିସରର ଅଧ୍ୟାୟୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ପରିଶେଷରେ ପ୍ରଫେସର ଜନ୍ମେଞ୍ଜୟ ଧନ୍ୟବାଦ ଅର୍ପଣ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *