ଶ୍ରୀମନ୍ଦିରରେ ଖୋଲାଘିଅ ବ୍ୟବହାର ନେଇ ସୁଆରଙ୍କୁ ନୋଟିସ୍

ପୁରୀ : ଶ୍ରୀମନ୍ଦିର ପରିସରକୁ ଅଧିକୃତ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ବାହାର ଲୋକଙ୍କ ଦ୍ୱାରା ନିଆଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏହାକୁ ଜବତକୁ ନେଇ ସୁଆର ମହାସୁଆର ନିଯୋଗକୁ ସୂଚିତ କରାଯିବା ସହ ବାହାର ବ୍ୟକ୍ତି ବିଶେଷ ପୁରୀ ବୀର ହରେକୃଷ୍ଣପୁରର ଶ୍ରୀ ରବୀନ୍ଦ୍ର ବାରିକ ଏବଂ ଶ୍ରୀଜମେଶ୍ୱର ସୁଆରଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏହାର ସନ୍ତୋଷଜନକ ଉତ୍ତର ରଖିବାକୁ ସାତ ଦିନିଆ ନୋଟିସ୍ ଜାରି କରାଯାଇଛି। ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ପୂର୍ବରୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବାସହ ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗାକୁ ଅବଗତ କରାଯିବା ସହ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଏବଂ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୌଣସି ବ୍ୟତିକ୍ରମ ବରଦାସ୍ତ କରାଯିବ ନାହିଁ , ବାହାର ଖୋଲା ଘିଅ ବା ଛାପା ଘିଅ ଶ୍ରୀମନ୍ଦିର ପରିସର କୁ ନେବାକୁ ଉଦ୍ୟମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରାଇଥିଲେ।

Share the News .....

Leave a Reply

Your email address will not be published. Required fields are marked *