ଶ୍ରୀବିଶ୍ବନୟନ ଐଶ୍ୱରୀୟ ପରିଷଦର ସପ୍ତମ ବାର୍ଷିକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

ପୁରୀ : ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଛି ‘ଶ୍ରୀବିଶ୍ବନୟନ ଐଶ୍ୱରୀୟ ପରିଷଦ’ର ସପ୍ତମ ବାର୍ଷିକ ମହୋତ୍ସବ, ପୁସ୍ତକ ଉନ୍ମୋଚନ , ସାରସ୍ଵତ ପ୍ରତିଭା ସମ୍ବର୍ଦ୍ଧନା ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର I ଆଲୋଚ୍ୟ ପ୍ରସଙ୍ଗ ଥିଲା “ବିଶ୍ବନୟନ ଓ ବିଶ୍ବ ପ୍ରେମ” । ପରିଷଦର ସଭାପତି ଡାକ୍ତର ସୌମ୍ଯକାନ୍ତ ପଣ୍ଡା ଙ୍କ ଅଧକ୍ଷତାରେ ପରିଷଦର ମୁଖପତ୍ର ବିଶ୍ବନୟନ ଓ ସମ୍ପାଦିକା ତୃପ୍ତି ପଣ୍ଡାଙ୍କ ପ୍ରବନ୍ଧ ସଙ୍କଳନ ,”ମଣିଷ ଖୋଜିବାରେ ବେଳ ” ଉନ୍ମୋଚନ ହୋଇଥିଲା । ରାଧାବଲ୍ଲଭ ମଠ ମହନ୍ତ ଉଦ୍ ଘାଟକ ରୂପରେ ଏହି ମହୋତ୍ସବ କୁ ଉଦ୍ ଘାଟନ କରି କହିଲେ ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି , ଆମର ଲକ୍ଷ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା I ଏହି ଦିଗରେ ଶ୍ରୀ ବିଶ୍ବନୟନ ଟ୍ରଷ୍ଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଛି । ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ଧର୍ମ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଏକମାତ୍ର ସଂସ୍କୃତି ଯେଉଁ ଠାରେ ବିଶ୍ଵପ୍ରେମ ଓ ବିଶ୍ବ ଭାତୃତ୍ବ ର ନିଦର୍ଶନ ଦେଖିବାକୁ ମିଳେ ବୋଲି କହିଥିଲେ । ମହିମା ଧର୍ମ ପ୍ରଚାରକ ଓ ସଂସ୍କାରକ ଅମିତ୍ କୁମାର ଜେନା ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ପିତା ମାତା, ଗୁରୁ ଗୁରୁଜନ ଙ୍କ ପ୍ରତି ପିଲାମାନଙ୍କର ଭକ୍ତି ଓ ଭଲପାଇବା କମିଯାଉଛି , ଗାଁ ଗାଁ ବୁଲି ଲୋକମାନଙ୍କ ମଧ୍ୟରେ ଚେତନା ଆଣିବା ନିହାତି ଜରୁରୀ ବୋଲି ପ୍ରକାଶ କରିଥିଲେ । ଡାକ୍ତର ଦେବେନ୍ଦ୍ର ନାଥ ତରେଇ, ଡକ୍ଟର ପ୍ରଭାତ କୁମାର ମହାପାତ୍ର ଏବଂ ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ପାଦିକା ତୃପ୍ତି ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ମଞ୍ଚ ସଂଯୋଜନା କରିଥିଲେ ଶିକ୍ଷାବିତ୍ ଶିବ ସୁନ୍ଦର ମିଶ୍ର I ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଷ୍ଠିତ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧନା ସମାରୋହ କୁ ଶ୍ୟାମ ପ୍ରକାଶ ସେନାପତି ଓ ପ୍ରଶନ୍ନ ପଣ୍ଡା ସଞ୍ଚାଳନ କରିଥିଲେ I ମୋହନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଡାକ୍ତର ତପନ କୁମାର ଦାଶ ଓ ଶିବ ପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ I
