ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ପୁରୀ : ପୁରୀ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ,ପୁରୀ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାର ୧୧ଟି ବ୍ଲକରୁ ମୋଟ୍ ୨୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପୋଲିସ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ମିଶ୍ରଙ୍କ ଦ୍ଵାରା ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ଵିତିକାନ୍ତ ପ୍ରଧାନ, ଶିକ୍ଷକ ଦେବବ୍ରତ ବେଦମତା ଅତିଥି ଭାବେ ଯୋଗ ଦେଇଥିଲେ। ବିଜ୍ଞାନ କୁଇଜ୍ କନିଷ୍ଠ ବିଭାଗ ପ୍ରତିଯୋଗିତାରେ ପ୍ରତୀକ ପ୍ରିତମ ପରିଡ଼ା, OAV ବ୍ରହ୍ମଗିରି ପ୍ରଥମ, ଦେବାଶିଷ ମହାପାତ୍ର, ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ, ସୌଦାମିନୀ ପ୍ରଧାନ, AKBN ପାଇକମରା ତୃତୀୟ ଏବଂ ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ସୋମେଶ ପ୍ରତାପ ପ୍ରଧାନ, ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଥମ, ଲିପ୍ସା ଅବିଶିଳ୍ପା ପଟ୍ଟନାୟକ ଦ୍ଵିତୀୟ, ଚିରଞ୍ଜିତ୍ ନାୟକ ତୃତୀୟ ସ୍ଥାନ ହାସଲ କରିଥିଲେ। ବିଚାରକ ଭାବେ ଶିକ୍ଷକ ପି. ରାକେଶ, ଗୌତମ ମହାପାତ୍ର, ମନୋରଞ୍ଜନ ନାୟକ, ଅଂଶୁମାନ ଚମ୍ପତିରାୟ କାର୍ଯ୍ୟ ତୁଲାଇଥିଲେ। ମଞ୍ଚପରିଚାଳନା ଶିକ୍ଷକ ଉମାକାନ୍ତ ମିଶ୍ର କରିଥିଲେ ଏବଂ ଆୟନ୍ ଚକ୍ରବର୍ତ୍ତୀ, ନିରଞ୍ଜନ ସେଠୀ, ହିରଣ୍ୟ ସେଠୀ ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *