ରଙ୍ଗବତୀ ବେଙ୍ଗବତୀ’ ଉନ୍ମୋଚନ ଉତ୍ସବ

ପୁରୀ : ତା.କବି ଦିଲୀପ କୁମାର ସ୍ବାଇଁ ଙ୍କର ପଞ୍ଚମ କବିତା ସଂକଳନ ‘ରଙ୍ଗବତୀ ବେଙ୍ଗବତୀ’ ର ଉନ୍ମୋଚନ ଉତ୍ସବ ଭି ଆଇ ପି ରୋଡ ସ୍ଥିତ ସବୁଜ ନୀଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ବିଶିଷ୍ଟ କବି ଡକ୍ଟର ଭଗବାନ ଜୟସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ କୁ ଉନ୍ମୋଚନ କରି କହିଲେ, କିନ୍ନର ସମ୍ପ୍ରଦାୟ ଓ ପୀଡ଼ିତ ମହିଳା ଙ୍କ ଉପରେ ଆଧାରିତ ହେଉଛି ଏହି ସଂକଳନ | ବୋଉକୁ ନେଇ ଏଥିରେ ଲୁହମୟ ନିରବତା ଓ କେତୋଟି ଚରିତ୍ର କବିତା ମଧ୍ୟ ରହିଛି | ଏଥିରେ ଲୁହ ଆଉ ଦ୍ରୋହ ର କିଛି କବିତା ମଧ୍ୟ ସ୍ଥାନ ପାଇଛି ବୋଲି କହିବା ସହିତ ସମୟର ପ୍ରତିଟି ମୋଡରେ ମଣିଷ ଯେଉଁ ସୁଖ-ଦୁଃଖ ଓ ଯନ୍ତ୍ରଣାକୁ ଅନୁଭବ କରେ, ତାହାକୁ କବି ଶ୍ରୀ ସ୍ବାଇଁ କବିତାରେ ରୂପ ଦେଇଛନ୍ତି | ଶବ୍ଦଚୟନରେ ସଂଯମ ଏବଂ ପ୍ରକାଶ ଭଙ୍ଗୀର ଚମତ୍କାରୀତା ପାଠକକୁ କବିତାର ଗଭୀରତା ସହ ଯୋଡ଼ିବା ରେ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ | ନିର୍ମଳା ସ୍ବାଇଁ, ପ୍ରାଣକୃଷ୍ଣ ସ୍ବାଇଁ, ଗୋଲକ ବିହାରୀ ଦେଠୀ, ସତ୍ୟଭାମା ମନ୍ତ୍ରୀ, ରବୀନ୍ଦ୍ର ମନ୍ତ୍ରୀ ପ୍ରମୁଖ ମଂଚାସୀନ ରହି ପୁସ୍ତକର ଭୁୟସୀ ପ୍ରସଂଶା କରିଥିଲେ | ପୁସ୍ତକ ର ପ୍ରକାଶକ ବିଜୟିନୀ ପବଲିକେସନ ର ସତ୍ବାଧୀକାରୀ ଦିଲୀପ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ | କଣ୍ଠଶିଳ୍ପୀ ସୋହମ ମହାପାତ୍ର, ତିଆସା ଭଟ୍ଟାଚାର୍ଯ୍ୟ, ଡ଼କ୍ଟର ଶିଶିର ମନ୍ତ୍ରୀ, ପ୍ରଭାତ ମଞ୍ଜରୀ ମିଶ୍ର ଚିତ୍ତାକର୍ଷକ ସଂଗୀତ ପରିବେଷଣ କରିଥିଲେ | ଅଭିନନ୍ଦନିକା ର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ | କବି ଅଜୟ ପ୍ରଧାନ, ଉମାକାନ୍ତ ମହାପାତ୍ର, ଚିନ୍ମୟ ବିବେକ, ସନ୍ନ୍ୟାସୀ ନାୟକ, ଇଂ ମୀନକେତନ ମିଶ୍ର, ବିଜୟ କୁମାର ପଣ୍ଡା, ବିଜୟ କୁମାର ମିଶ୍ର, ରଜତ ମହାନ୍ତି,ବିଚିତ୍ରା ଦାଶ, ଡକ୍ଟର ସୁଚିତ୍ରା ରଥ, କାମଦେବ ମହାରଣା,ସୁଜାତା ସିହ୍ନା, ଆଲୋକ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ପ୍ରକାଶଥାଉକି, ଏହି ଉନ୍ମୋଚନ ଉତ୍ସବ କବି ଶ୍ରୀ ସ୍ୱାଇଁ ଙ୍କର ପୁତ୍ର ସାଇ ସ୍ୱରୂପ ର ଜନ୍ମଦିନ ଅବସରରେ ଅନୁଷ୍ଠିତ ହୋଇଥିଲା|

Share the News .....

Leave a Reply

Your email address will not be published. Required fields are marked *