ଜଗତଗୁରୁ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ୧0୧0 ତମ ଜୟନ୍ତୀ ମହୋତ୍ସବ ପାଳିତ

ପୁରୀ : ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବାଲିସାହି ସ୍ଥିତ ଜିୟର ସ୍ୱାମୀ ମଠ ପରିସରରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଜିୟର ସ୍ୱାମୀ ମଠର ମହନ୍ତ ସ୍ୱାମୀ ଇନ୍ଦିରା ରମଣ ରାମାନୁଜ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଗତଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ୧0୧0 ତମ ଜୟନ୍ତୀ ମହୋତ୍ସବ ମଠ ପରିସରରେ ପାଳିତ ହୋଇଛି |ଏହି ଅବସରରେ କର୍ଣ୍ଣାଟକର ଅହୋବିଲ ଜିୟର ସ୍ୱାମୀ ମଠର ମଠାଧୀଶ ତଥା ତାମିଲନାଡୁରେ ଅବସ୍ଥାନ କରୁଥିବା ଜଗତଗୁରୁ ଶ୍ରୀରାମାନୁଜାଚାର୍ଯ୍ୟ ସ୍ୱାମୀ ରଙ୍ଗନାଥ ମହାଦେଶିକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ମଠର ଥିବା ଜଗତଗୁରୁଙ୍କ ପ୍ରତିମା ଦର୍ଶନ କରିବା ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୂସନ୍ଥଙ୍କୁ ଫଳ ପ୍ରସାଦ ପ୍ରଦାନ ପୂର୍ବକ ଆଶୀର୍ବାଦ ପ୍ରଦାନ କରିଥିଲେ । କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ଆଶ୍ରମ ପରିସରରେ ଥିବା ଶ୍ରୀବାଲାଜୀ ମନ୍ଦିରରେ ଦର୍ଶନ କରିଥିଲେ । ଏହାପରେ ବାଲିସାହିଠାରୁ ଘଣ୍ଟ, ଛତା, କଳସ ଏବଂ ପାରମ୍ପରିକ ବାଦ୍ୟରେ ଜଗତଗୁରୁ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଭବ୍ୟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵ ପରିକ୍ରମା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଥିବା ରାମାନୁଜ ସମ୍ପ୍ରଦାୟର ବିଭିନ୍ନ ମଠ ତରଫରୁ ପନ୍ତି ଭୋଗ କରାଯାଇଥିଲା । ଟ୍ରଷ୍ଟର ସଦସ୍ୟ ମହନ୍ତ ଡ଼ ବିଜୟ ନାରାୟଣ ରାମାନୁଜ ଦାସ, ପୁରୀର ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ, ଦକ୍ଷିଣ ପାର୍ଶ୍ୱ ମଠର ମହନ୍ତ ରଘୁନନ୍ଦନ ରାମାନୁଜ ଦାସ,ସିଦ୍ଧ ମଠର ମହନ୍ତ,ପଣ୍ଡିତ ମଠର ମହନ୍ତ, ସମାଧି ମଠର ମହନ୍ତ ରଙ୍ଗନାଥ ରାମାନୁଜ ଦାସଙ୍କ ସମେତ ଏଥିରେ ଭାରତ ବର୍ଷ ର ବିଭିନ୍ନ ରାଜ୍ୟରୁ ଜଗତଗୁରୁ, ସାଧୁ ସନ୍ଥ, ଆଚାର୍ଯ୍ୟ ଙ୍କ ସମେତ ଶିଷ୍ୟ ମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା ଟ୍ରଷ୍ଟର ସଦସ୍ୟ ସୁଦର୍ଶନ ରାମାନୁଜା ଦାସ, ସୁରେଶ ଶର୍ମା, ରମେଶ ଶର୍ମା, କମଲ ଟେବ୍ରିବାଲ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସହଯୋଗ କରିଥିଲେ ।
