୧୩୭୨ ଶବଦାହ ପାଇଁ ବଦ୍ରି ମିଶ୍ର ସମ୍ମାନିତ

ପୁରୀ : ସାମ୍ବାଦିକତା ଜୀବନ ଭିତରେ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ୧୩୭୨ଟି ଶବଦାହ, ଏକଲକ୍ଷ ଚବିଶି ହଜାର ବୃକ୍ଷରୋପଣ,୧୬୩ ଥର ରକ୍ତଦାନ, ରାଜ୍ୟ ବାହାରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା, ୧୧୩୨ ଗରିବ- ଅସହାୟ ଛାତ୍ର ଛାତ୍ରୀଙ୍କୁ ମୁକ୍ତ ଵିଦ୍ୟାଦାନ ଓ ନିଶାମୁକ୍ତ ଓଡ଼ିଶା ଆନ୍ଦୋଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସ୍ତମ୍ଭକାର ତଥା ସମାଜସେବୀ ବଦ୍ରି ମିଶ୍ରଙ୍କୁ ସମ୍ମାନିତ କରାଯାଇଛି। ଜୟପୁରର ରାଜସ୍ଥାନ ଆନ୍ତର୍ଜାତୀକ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜାତୀୟ ମିଡ଼ିଆ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଉତ୍ସବରେ, ରାଜସ୍ଥାନ ରାଜ୍ୟପାଳ ହରିଭାଓ କିଶନରାଓ ଓ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଶ୍ରୀମିଶ୍ରଙ୍କ ସମେତ ଓଡ଼ିଶାର ବିଶିଷ୍ଟ ଯୁବ ଅଧିବକ୍ତା ରଶ୍ମୀ ରଞ୍ଜନ ଦାଶ, ସଂଗୀତ ନିର୍ଦ୍ଦେଶକ ରାଜେନ୍ଦ୍ର ମିଶ୍ର ,ରାଜସ୍ଥାନର ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପାଣ୍ଡେ, ସମାଜସେବୀ ପୁରୁଷୋତ୍ତମ ଦିନାକର ଓ ସନ୍ଦୀପ୍ ସରସ୍ୱତୀଙ୍କୁ ସମ୍ମାନିତ କରାଯାଇଥିଲା।
