ଜିଲ୍ଲାପାଳଙ୍କ ତ୍ରିଲୋଚନପୁର ପାକ୍ସ ପରିଦର୍ଶନ

ପୁରୀ : ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗତକାଲି କଣାସ ବ୍ଲକର ତ୍ରିଲୋଚନପୁର ପାକ୍ସ ପରିଦର୍ଶନ କରିଥିଲେ। ଧାନ ସଂଗ୍ରହ ର ବ୍ୟବସ୍ଥା ସମ୍ପର୍କରେ ପାକ୍ସ ସମ୍ପାଦକ ଓ ଅନ୍ୟ କର୍ମଚାରୀ ଙ୍କୁ ପଚାରି ଥିଲେ।ଉପସ୍ଥିତ ଚାଷୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ପରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ର ଯେପରି ଧାନ ବିକ୍ରି ସମୟରେ କୌଣସି ସମସ୍ୟା ନ ହେବା ଓ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପରିଦର୍ଶନ ରେ ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ, ତହସିଲଦାର ହିମାଂଶୁ ଶେଖର ଗିରି,ଡିଆରସିଏସ ସରୋଜିନୀ ଜେନା, ଯୋଗାଣ ନିରୀକ୍ଷକ ହେମନ୍ତ ପ୍ରଧାନ, ପାକ୍ସ ସମ୍ପାଦକ ବୈଦ୍ୟନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *