ସହୀଦ ବେଙ୍ଗପାଣିଆଙ୍କ ୭0 ତମ ସ୍ମୃତି ଦିବସ ପାଳିତ

ପୁରୀ : ସହୀଦ ବେଙ୍ଗପାଣିଆ ସ୍ମୃତି କମିଟି ଏବଂ ଆପଣଙ୍କ ସେବାରେ ଅନୁଷ୍ଠାନ ତରଫରୁ ପୁରୀ ଲୋକନାଥ ରୋଡ଼ ସ୍ଥିତ ଗଦାଧର ସ୍କୁଲ ପରିସରରେ ଶ୍ରୀମନ୍ଦିର ସେବାୟତ ସହୀଦ ବେଙ୍ଗପାଣିଆ ଓରଫ ହରିହର ପଣ୍ଡାଙ୍କ ୭0 ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ସ୍ମୃତି ସମିତି ର ସଭାପତି ଦାମୋଦର ଦାଶଙ୍କ ନେତୃତ୍ୱ ରେ ବିଦ୍ୟାଳୟ ପରିସରରେ ଥିବା ସହୀଦ ବେଙ୍ଗପାଣିଆ ଙ୍କ ସ୍ମୃତି ସ୍ତମ୍ଭ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମାଲ୍ୟାର୍ପଣ ଓ ଦୀପ ଦାନ କରି ସହିଦ ଙ୍କ ସ୍ମୃତି ଚରଣ କରିଥିଲେ । କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମିଶ୍ର,ବିଶିଷ୍ଟ ଶିକ୍ଷାବିତ ନାରାୟଣ ଦାଶ, ବିଜେପି ଶରଧାବାଲି ମଣ୍ଡଳ ସଭାପତି ବିରଞ୍ଚି ନାରାୟଣ ମିଶ୍ର,କବିୟତ୍ରୀ ମଞ୍ଜୁଳା ଦେବୀ, ଉତ୍କଳ ବିଦ୍ବତ ପରିଷଦ ର ସଭାପତି ମନୋଜ କୁମାର ରଥ, ଆପଣଙ୍କ ସେବାରେ ଅନୁଷ୍ଠାନ ର ରାଜ୍ୟ ମୁଖପାତ୍ର ଜଗଦିଶ ପ୍ରଧାନ, ସଭାପତି ବିଜୟକୃଷ୍ଣ ବ୍ରହ୍ମା,ବରିଷ୍ଠ ଶିକ୍ଷୟିତ୍ରୀ ଯମୁନା ପୂଜାପଣ୍ଡା, ଆଇନଜୀବୀ ସ୍ମୃତି ରଞ୍ଜନ ପତି, ସ୍ମୃତି ସାଂସଦ ର ସମ୍ପାଦିକା ମଧୁମତି ଦାଶ, ବେଙ୍ଗ ପାଣିଆ ଙ୍କ ନାତି ଗୋବିନ୍ଦ ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହିଦ ଙ୍କ ସ୍ମୃତି ଚାରଣ କରି କହିଲେ ଓଡିଶାର ଅବିଛେଦି ଅଙ୍ଗ ସଢେଇକଳା ଖରସୁଆଁ ସୀମା ଆନ୍ଦୋଳନ ରେ ସାମିଲ ହୋଇ ପୁରୀ ରେଳ ଷ୍ଟେସନ ଠାରେ ବେଙ୍ଗ ପାଣିଆ ପୋଲିସ ଗୁଳିରେ ସହିଦ ହୋଇଥିଲେ । ଆଜିର ଦିବସ ମାଧ୍ୟମରେ ନିଜର ଜନ୍ମ ମାଟି ପାଇଁ ସହିଦ ହୋଇଥିବା ବେଙ୍ଗ ପାଣିଆଙ୍କ ତ୍ୟାଗକୁ ଛାତ୍ର ଏବଂ ଯୁବ ସମାଜ ଆଦର୍ଶ ଭାବେ ଗ୍ରହଣ କରିବା ପାଇଁ ଅତିଥି ମାନେ ମତ ପୋଷଣ କରିଥିଲେ । ସ୍ମୃତି ସମିତିର କୋଷଧ୍ୟାକ୍ଷା ତଥା ଶିକ୍ଷୟିତ୍ରୀ ମୀରାରାଣୀ ଦେବୀ ଏବଂ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *