୧୭ ଗ୍ୟାସ ସିଲିଣ୍ଡର ଜବତ

ପୁରୀ : ପୂରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଗ୍ୟାସ ଯୋଗାଣକୁ ସୁନିୟନ୍ତ୍ରିତ କରିବା ସହ କଳାବଜାର କରୁଥିବା ଅସାଧୁ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗାଣ ବିଭାଗ ତତ୍ପରତା ପ୍ରକାଶ କରିଛି।ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଙ୍କ ତତ୍ବାବଧାନରେ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଗୁରୁବାର ପୁରୀ ପୌରାଞ୍ଚଳ, ସଦର ବ୍ଲକ,ବ୍ରହ୍ମଗିରି ବ୍ଲକ,କଣାସ ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳରେ ଚଢ଼ାଉ କରାଯାଇ ୧୭ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୬ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ ହୋଇଥିଲା ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
