ବାରମ୍ବାର ଦୁର୍ଘଟଣା ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଦସ୍ୟମାନେ ଏସ୍.ପି.ଙ୍କୁ ଭେଟିଲେ

ପୁରୀ :  ପୁରୀ ଟାଉନ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବଳଗଣ୍ଡି ଛକରେ ବାରମ୍ବାର ହଉଥିବା ଛୋଟ ବଡ଼ ସଡ଼କ ଦୁର୍ଘଟଣା ବିଷୟରେ ପୁରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂହଙ୍କ ସହ ସାକ୍ଷାତ କରିବାସହ ବଳଗଣ୍ଡି ଛକ ଠାରେ ଟ୍ରାଫିକ ପୋଷ୍ଟ ଏବଂ ପୋଲିସ ମୁତୟନ ନିମନ୍ତେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ସମ୍ପାଦକ ଅନିଲ କୁମାର ସାହୁ ,ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମନୋଜ କୁମାର ବିଶୋଇ , ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିବ ନାରାୟଣ ଦାଶ, ବୁବୁନା ବାରିକ, ଶଙ୍କର ରାଓ,ଦିଲପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Share the News .....

Leave a Reply

Your email address will not be published. Required fields are marked *