TPCODL ତତଫରୁ ଅଘୋଷିତ ବିଦ୍ୟୁତ କାଟ ଆରମ୍ଭ

ପୁରୀ : ପୁରୀର କଚେରୀ ସେକ୍ସନ ଅଧିକାରୀଙ୍କ ଅବହେଳା ଓ ବେପରୁଆ ମନୋଭାବ ଯୋଗୁଁ ମଙ୍ଗଳବାରଦିନ ୩୦୦ ପରିବାର ଦିନ ୧୦ ଟା ସମୟ ରୁ ୪ ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ଅନ୍ଧାରରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି। TPCODL ତରଫରୁ ପୂର୍ବ ଦିନରୁ କୌଣସି ସୂଚନା ଦିଆ ନ ଯାଇ ହାତଗଣତି କର୍ମଚାରୀ ମାନଙ୍କୁ ନେ଼ଇ କାର୍ଯ୍ୟ କରିବା ଯୋଗୁଁ ଶହଶହ ପରିବାର ଅଯଥା ରେ ହଇରାଣ ହେଇଛନ୍ତି। ଏହି ସମୟରେ ଅନ୍ୟ ଅଞ୍ଚଳ ରେ କିଛି ଲୋକମାନଙ୍କର କୌଣସି କାରଣରୁ ଖୁଣ୍ଟରୁ ଲାଇନ କଟିଯିବା ବିଷୟ ନେଇ କଚେରୀ ସେକ୍ସନରେ ଅଭିଯୋଗ କରି ଦୌଡ଼ି ଦୌଡ଼ି ହତାସ ହୋଇଛନ୍ତି, ଏହି ବିଷୟ ନେଇ ସେକ୍ସନ ଅଫିସ ଯାଇ ପଚାରିବାରେ କାମ ଚାଲିଛି ଏଇନା ହୋଇପାରିବ ନାହିଁ, ଆପଣ ଜେ.ଇଙ୍କୁ ଯୋଗାଯୋଗ କରନ୍ତୁ ଆମେ କଣ କରିବୁ ବୋଲି ଶୁଣିବା ପାଇଁ ମିଳିଥିଲା। ଗ୍ରୀଷ୍ମରତୁ ଆରମ୍ଭ ନ ହେଉଣୁ TPCODL ତତଫରୁ ଅଘୋଷିତ ବିଦ୍ୟୁତ କାଟ ଆରମ୍ଭ ହୋଇ ଗଲାଣି।
