ପ୍ରବେଶ ଉତ୍ସବ ପାଳିତ

ନିମାପଡା : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅପ୍ରେଲ ୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ସେହି ଆଧାରରେ ଶନିବାର ଅପ୍ରେଲ ୪ ତାରିଖକୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳିତ ହୋଇଥିଲା। ନିମାପଡା ବ୍ଲକ ହରିଶପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନରେ ପ୍ରବେଶ ଦିବସ ଅବସରରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସ୍ୱାଗତ ସହ ପୂଜାର୍ଚ୍ଚନା କରାଯାଇ ଖଡି ଛୁଆଁ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ସେଠୀ, ସହକାରୀ ଶିକ୍ଷୟତ୍ରୀ ଧରିତ୍ରୀ ତ୍ରିପାଠୀ ଓ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ସମସ୍ତ ନୂତନ ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କୁ ସମ୍ମାନ ଓ ସ୍ୱାଗତ କରିଥିଲେ। ପୂର୍ବରୁ ପଢୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜୀବଜନ୍ତୁ ମାନଙ୍କ ମୁଖା ପିନ୍ଧି ନୂତନ ପିଲା ମାନଙ୍କୁ ମଜାଳିଆ ଓ ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଜୀବଜନ୍ତୁଙ୍କ ଚରିତ୍ର ସମ୍ପର୍କରେ ଅବଗତ କରାଇଥିଲେ।
