କୃଷକ ନେତାଙ୍କ ପକ୍ଷରୁ ନୂତନ ରାଜ୍ୟ ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପୁରୀ : ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ପୁରୀ ଜିଲ୍ଲା କୃଷକ ନେତୃତ୍ୱର ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ କରାଯାଇଛି। ଏହି ଅବସରରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ, ବରିଷ୍ଠ ନେତା ଶ୍ରୀ ବିଜୟ ପଣ୍ଡା, ପୁରୀ ଜିଲ୍ଲା ସଭାପତି ଶ୍ରୀ ଅଜୟ ପ୍ରଧାନ ସହ ଅକ୍ଷୟ ମହାନ୍ତି, ଦୀପକ ନାୟକ, ବିଭୂତି ମିଶ୍ର, ଯୁବ ନେତା ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ବକ୍ତାମାନେ ନୂତନ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚା ଓଡ଼ିଶାରେ ଅଧିକ ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ସେମାନେ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ-ହିତକାରୀ ଯୋଜନାଗୁଡ଼ିକୁ ପୁରୀ ଜିଲ୍ଲାର ଗାଁ-ଗାଁକୁ ପହଞ୍ଚାଇବାରେ କୃଷକ ମୋର୍ଚ୍ଚା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।ନୂତନ ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ପୁରୀ ଜିଲ୍ଲା କୃଷକ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରି କହିଥିଲେ ଯେ ଚାଷୀମାନଙ୍କର ସମସ୍ୟା ସମାଧାନ ଓ ସରକାରୀ ଯୋଜନାର ସଠିକ୍ ଲାଭ ପହଞ୍ଚାଇବା ହେଉଛି ସଂଗଠନର ପ୍ରଥମ ଲକ୍ଷ୍ୟ।

Share the News .....

Leave a Reply

Your email address will not be published. Required fields are marked *