ଶ୍ରମିକ ନୁହେଁ ସମୃଦ୍ଧି ପଥରେ ଶିଶୁଙ୍କୁ ନେବା: ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା

ପୁରୀ : ବାଲ୍ୟ ବିବାହକୁ ନା କରି ବେକରେ ମଙ୍ଗଳସୂତ୍ର ନୁହେଁ ଉପଯୁକ୍ତ ଶିକ୍ଷା ଲାଭ କରି ଦେଶର ବିକାଶର ସୂତ୍ରଧର ସାଜିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର। ଶୁକ୍ରବାର ପୁରୀ ଟାଉନ ହଲ ଠାରେ ୩ ଦିନିଆ ନାନୋ ଇଣ୍ଟରନ୍ୟାସନାଲ ଚିଲଡ୍ରେନ ଫିଲ୍ମ ଫେଷ୍ଟିଭାଲ ଅନ ଚାଇଲ୍ଡ ରାଇଟ ବା ଶିଶୁ ଅଧିକାର ସମ୍ପର୍କରେ ନାନୋ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ର ଉଦଯାପନ ଦିବସ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ପ୍ରତ୍ୟେକ ଶିଶୁ ଅମୃତ ର ସନ୍ତାନ। ସେମାନଙ୍କ ର ଏକ ସୁନ୍ଦର ଭବିଷ୍ୟତ ଅଛି।ସେମାନେ ଆମ ରାଷ୍ଟ୍ର ର ଅମୂଲ୍ୟ ସମ୍ପଦ।ସେମାନଙ୍କୁ ଆମେ ସୁରକ୍ଷା ଦେବା, ସେମାନଙ୍କ ପ୍ରତିଭା ବିକାଶ ରେ ସହାୟକ ହେବା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ।ସେମାନଙ୍କ ସୁରକ୍ଷା ଓ ଭବିଷ୍ୟତ ପାଇଁ ଆଇନରେ ଅନେକ ପ୍ରାବଧାନ ରହିଛି।ବାଲ୍ୟ ବିବାହ ହଟାଇ, ଶିଶୁ ଶ୍ରମିକ ଦୂରେଇ ଆମେ ସେମାନଙ୍କୁ ପ୍ରଗତି ପଥରେ ନେବା ପାଇଁ ଶ୍ରୀମତୀ ପାତ୍ର ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ଅଧିକାର ଆୟୋଗର ସଦସ୍ୟ କଳ୍ପନା ଲେଙ୍କା, କସ୍ତୁରୀ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଟାଉନ ଥାନା ଆଇଆଇସି ଗୋକୁଳ ଦାସ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ,ନାରାୟଣ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ସହ ଶିଶୁ ଚଳଚ୍ଚିତ୍ର ମାଧ୍ୟମରେ ପିଲାଙ୍କ ବୌଦ୍ଧିକ ଓ ମାନସିକ ବିକାଶ ରୁଦ୍ଧିମନ୍ତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।ଆୟୋଜକ ସଞ୍ଜୀବ କୁମାର ରଥଶର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।୩ ଦିନ ମଧ୍ୟରେ ପ୍ରାୟ ତିନି ହଜାର ରୁ ଉର୍ଦ୍ଧ୍ବ ପିଲା ମାନେ ୩୦୦ ରୁ ଉର୍ଦ୍ଧ୍ବ ଶିକ୍ଷଣୀୟ ଶିଶୁ ଚଳଚ୍ଚିତ୍ର ଦେଖିଥିଲେ।ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସ୍ବେଚ୍ଛାସେବୀ ମାନେ ଶୃଙ୍ଖଳା ରକ୍ଷା ଓ ପିଲା ମାନଙ୍କୁ ସହଯୋଗ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *